ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ ପାଠଚକ୍ର

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ପିପୁଲସ କଲେଜର ଆଇ.ଆର.ପି.ଏମ. ବିଭାଗ ପକ୍ଷରୁ”ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ପଦ୍ଧତି, ପ୍ରଶାସନର ଅପରିହାର୍ଯ୍ୟ ଅଂଶ” ଶୀର୍ଷକ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ପରିଡା ଯୋଗଦେଇଥିଲେ।ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ପାଠଚକ୍ରର ସମ୍ପାଦକ ଶିବ ପ୍ରସାଦ ବେହେରା ବିବରଣୀ ପଠନ କରିଥିଲେ। ଛାତ୍ର ଛାତ୍ରୀ ବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ,ଡ଼ଃ ପ୍ରଦୀପ କୁମାର ଦାଶ, ବିନୋଦ କୁମାର କର, ଆତ୍ମପ୍ରକାଶ ନାୟକ,ଅଯୟ କୁମାର ସାହୁ ଓ ଅକ୍ଷୟ କୁମାର ସାହୁ ଉପସ୍ଥିତ ଥିଲେ।ଶେଷରେ ଛାତ୍ରୀ ଅନୁରାଧା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ