ବୁଗୁଡା ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ

ବୁଗୁଡା, (ଅନିଲ କୁମାର ମହାରଣା):ଫେବୃଆରୀ ୨୦ ତାରିଖ ଦିନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଯାଇଛି। ସେହିଭଳି ବୁଗୁଡା ଏନଏସି ଓ ବ୍ଳକର ସମୁଦାୟ ୧୯୧୩ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଦିନ ୭୪ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୮୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପିପୁଲସ ହାଇ ସ୍କୁଲ ନୋଡାଲ ସେଣ୍ଟର ହୋଇଥିବା ବେଳେ ୧- ପିପୁଲସ ହାଇ ସ୍କୁଲ, ବୁଗୁଡା ୨- ବୁଦ୍ଧଗିରି ବିଦ୍ୟାପୀଠ, ବି.ଡି.ପୁର, ୩- ରେଜିଓନାଲ ହାଇ ସ୍କୁଲ, ମାଣିତରା, ୪- ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ, ବି.କରଡ଼ାବାଡି, ୫- ଶକୁନ୍ତଳା ବିଦ୍ୟାପୀଠ, କରଚୁଲି, ୬- ମା’ କାଳୀ କୃଷକ ହାଇ ସ୍କୁଲ, ପୋଚାଲୁଣ୍ଡି, ୭- ବାଲିପଦର ହାଇ ସ୍କୁଲ, ୮- ଆର.ଏ.ହାଇ ସ୍କୁଲ, ପଙ୍କଳବାଡ଼ି, ୯- ମହାମାୟୀ ହାଇ ସ୍କୁଲ, ତାଳସାକର ଏବଂ ୧୦- ଶ୍ରୀ ବିରଞ୍ଚି ନାରାୟଣ ବାଳିକା ହାଇ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଅଛି। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ସନସ୍ତ ୧୦ ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ