ବୁଗୁଡା ବ୍ଲକରେ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକରେ ଜୁନ ମାସର ପ୍ରଥମ ଶନିବାରର ସଟ୍ ଡ଼ାଉନ୍ ନିୟମ କିପରି ପାଳନ ହେଉଛି ଅନୁଧ୍ୟାନ କରିବାକୁ ବୁଗୁଡା ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ପରିଦର୍ଶନ କରି ଯାଇଥିବା ଜଣାପଡ଼ିଛି।ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଅର୍ଡର ପ୍ରକାରେ ବୁଗୁଡା ବ୍ଲକ ପାଇଁ କୋଭିଡ-୧୯ ଦାୟିତ୍ୱରେ ଥିବା ଗଞ୍ଜାମ ଜିଲ୍ଲା ଶିଳ୍ପ ନିଗମ ମୁଖ୍ୟ ପରିଚାଳକ ଅନାମ ଚରଣ ପାତ୍ର ଶନିବାର ଦିନ ବୁଗୁଡା ବ୍ଲକ ପରିଦର୍ଶନରେ ଆସିଥିଲେ। ଶ୍ରୀ ପାତ୍ରଙ୍କ ସହିତ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ଜିପିଓ କୃଷ୍ଣଚନ୍ଦ୍ର ସାହୁ, କ୍ଷେତ୍ରୀୟ ଅଧିକାରୀ ଭବାନୀ ପାତ୍ର ବୁଗୁଡା ବ୍ଲକର ୪ ଟି ପଞ୍ଚାୟତ, ମାଣିତରା,ଭାଗବାନପୁର, ଶଙ୍କୁରୁ ଓ ଗୋଲାବନ୍ଧ ପରିଦର୍ଶନ କରିଥିଲେ। ଚାରିଗୋଟି ପଞ୍ଚାୟତରେ ଜନସାଧାରଣ ସଟ୍ ଡ଼ାଉନ୍ ଆଇନ ଶୃଙ୍ଖଳା ସହ ମାନିଥିବା ଜଣାପଡିଛି। ଏଥିସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସଙ୍ଗରୋଧରେ ଥିବା ପ୍ରବାସୀ ମାନଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ଓ ପଞ୍ଚାୟତର ରେଜିଷ୍ଟର ଦେଖିଥିଲେ। ବୁଗୁଡା ବ୍ଲକ ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ଆଜିର ପରିଦର୍ଶନ ସନ୍ତୋଷ ଜନକ ଥିବା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ