ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ନଭେମ୍ବର ୧୪, ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମ ଦିବସ । ତାଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ । ପ୍ରତ୍ୟେକ ବିଦ୍ୟାଳୟରେ ଏହି ଦିବସକୁ ନିଷ୍ଠାର ସହ ପାଳନ ପାଇଁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଦିବସରେ ପଣ୍ଡିତ ନେହରୁଙ୍କ ତୈଳଚିତ୍ର ରଖି , ପୁଷ୍ପମାଲ୍ୟ ଅର୍ପଣ କରି, ଧୂପ ଓ ଦୀପ ପ୍ରଜ୍ଜ୍ଵଳନ କରି ସମ୍ମାନର ସହ ସବୁଠି ପାଳନ କରାଯାଇଛି । ବୁଗୁଡା ବ୍ଲକର ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ, ବିରଞ୍ଚିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ୟୁ.ମମତା ପାତ୍ର, ମକରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିବାକର ନାୟକ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାୟକ, ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼, ସୋରଡ଼ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର,ଓ ଜି.ନୂଆଁସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଶତପଥୀ ଙ୍କ ତତ୍ତ୍ୱାବଧାନରେ କୋଭିଡ ନିୟମ ଅନୁଯାୟୀ ଶିଶୁ ଦିବସ ପାଳନ ହୋଇଯାଇଛି । ଏଥିସହ ବ୍ଲକର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଶିଶୁ ଦିବସ ପାଳନ ହୋଇଥିବା ଜଣାପଡିଛି ।