ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟ ରେ ସହଯୋଗ ତାଲିମ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ତିନି ଦିନିଆ ସହଯୋଗ ତାଲିମ ଶିବିର ମାର୍ଚ୍ଚ ୨୮ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଭୋଗଡ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସହଯୋଗ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ପରିଚାଳନା କମିଟି ସଦସ୍ୟ ସୁବାସ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଲିମ ଶିବିରକୁ ଉଦଘାଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି କଞ୍ଚୁରୁ ପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ହୋତା, ମୋଟାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ପାଣିକେଶ୍ବର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ନାୟକ ଓ ସହକାରୀ ଶିକ୍ଷକ ବସନ୍ତ କୁମାର ନାୟକ, ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ ଏବଂ ବିରଞ୍ଚିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ୟୁ.ମମତା ପାତ୍ରଙ୍କ ତତ୍ତ୍ୱାବଧାନରେ ସହଯୋଗ ତାଲିମ ଶିବିର ଆରମ୍ଭ ହୋଇଥିଲା। ବିଦ୍ୟାଳୟ ପରିଚାଳନା ନେଇ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଏହି ଶିବିରରେ ତାଲିମ ପ୍ରଦାନ କରାଯିବ। ବିଦ୍ୟାଳୟର ଶିକ୍ଷାଦାନ, ପରିବେଶ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ଉନ୍ନତି, ରକ୍ଷଣାବେକ୍ଷଣ ଦାୟିତ୍ୱ ଯେପରି ସୁଚାରୁ ଭାବେ ପରିଚାଳିତ ହେବ ସେହି ବିଷୟ ନେଇ ସଦସ୍ୟ ସଦସ୍ୟା ବୃନ୍ଦ ତାଲିମ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ