ଘୁମୁସର ତାଲୁକା ପନ୍ଦରା ସମାଜ କର୍ମକର୍ତ୍ତା ନିର୍ବାଚନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ନିଖିଳ ଓଡ଼ିଶା ପନ୍ଦରା ସମାଜ ର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଘୁମୁସର ତାଲୁକା ପନ୍ଦରା ସମାଜ ର କର୍ମକର୍ତ୍ତା ନିର୍ବାଚନ ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୂରଲୀଧର ବାଡତ୍ୟା ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସଭାପତି ଡମ୍ବୁରୁ ଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଯୁଧିଷ୍ଠିର ବାଡ଼ତ୍ୟା ବିବରଣୀ ପଠନ କରିଥିଲେ। ଜଗନ୍ନାଥ ବାଡତ୍ୟା, ମାଧବ ବାଡତ୍ୟା, ଓ ସୂର୍ଯ୍ୟ ବାଡତ୍ୟା ନିର୍ବାଚନ ପରିଚାଳନା କରିଥିଲେ। ସଭାପତି ଭାବେ କାହ୍ନୁ ଚରଣ ବାଡତ୍ୟା, ଉପ ସଭାପତି ଭବେ ଟୁନା ବାଡତ୍ୟା, ସମ୍ପାଦକ ଭାବେ ସୁଶାନ୍ତ କୁମାର ବେହେରା, ସହ ସମ୍ପାଦକ ଭାବେ ସୁଶାନ୍ତ ବାଡତ୍ୟା, କୋଷାଧ୍ୟକ୍ଷ ଭାବେ ନାମ ରତ୍ନ ବାଡତ୍ୟା ଓ ସଂଗଠନ ସଭ୍ୟ ଭାବରେ ପାଣ୍ଡବ ବାଡତ୍ୟା ନିର୍ବାଚିତ ହୋଇଥିଲେ। ସୁଶାନ୍ତ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ