ବୁଗୁଡା ବ୍ଲକ ଓ ଏନଏସି ରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାରେ ରବିବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସକେୱାଇ ) ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସିରେ ସୋମବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନରେ ବୁଗୁଡା ବ୍ଲକର ଓ ବୁଗୁଡା ଏନଏସିର ମୋଟ ୨୭୦୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ପ୍ରଥମ ଦିବସରେ ବୁଗୁଡା ବ୍ଲକର ଅରଖପୁର, ଅନ୍ତରପଡା, ଓ ଖୋଳଖାଳି ତିନିଗୋଟି ଗ୍ରାମ ପଞ୍ଚାୟତର ୨୫୦୦ ଜଣ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ଓ ସ୍ଥାନୀୟ ସରପଞ୍ଚ ମଙ୍ଗଳା ଚରଣ ସେଠି, ବିଜୟ ଲକ୍ଷ୍ମୀ ଭୋଳ,ଓ ସୂର୍ଯ୍ୟମଣି ଗୌଡ଼ ଙ୍କ ସମେତ ଅନ୍ୟାନ୍ୟ ଲୋକ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ଏନଏସିର ଏକ ନମ୍ବର ୱାର୍ଡର ୨୦୦ ଜଣ ହିତାଧିକାରୀଙ୍କୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ ସୁଧାଂଶୁ ଶେଖର ପାଢ଼ୀଙ୍କ ଉପସ୍ଥିତି ରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ପଞ୍ଚାୟତ ଓ ଏନଏସି କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ