ବୁଗୁଡା ବ୍ଲକ : ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାକୁ ଗଲେ ୯ ଜଣ ଛାତ୍ରଛାତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସ୍ତରୀୟ ଯୋଗ ପ୍ରତିଯୋଗିତା ମଇ ୨୩ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ତତ୍ତ୍ୱାବଧାନରେ ଓ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବରିହାଙ୍କ ସହଯୋଗରେ ବୁଗୁଡା ବ୍ଲକ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ, ବୁଗୁଡା ପିପୁଲସ ହାଇ ସ୍କୁଲ ଓ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ତିନି କ୍ରୀଡା ଶିକ୍ଷକ ଯୋଗ ପ୍ରତିଯୋଗିତା ପରିଚାଳନା କରିଥିଲେ। ମଇ ୨୪ ତାରିଖ ଦିନ ବ୍ରହ୍ମପୁର ଆସିକା ରୋଡ଼ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତାରେ ବୁଗୁଡା ବ୍ଲକର ୯ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଉଚ୍ଚ ପ୍ରାଥମିକ ବିଭାଗ ପାଇଁ ପିପୁଲସ ହାଇସ୍କୁଲର ଛାତ୍ର ଦେବାଶିଷ ସାହୁ, ଏବଂ ଗୋଲିଆ ଓଏଭି ର ଛାତ୍ର ୟୁ.ଲେଖରାଜ ପାତ୍ର, ଛାତ୍ରୀ ପ୍ରତିଭା ଦେବୀ ନାୟକ ଓ ଛାତ୍ରୀ ଚେତନା ଦାଶ ମନୋନୀତ ହୋଇଥିବା ବେଳେ ମାଧ୍ୟମିକ ବିଭାଗ ପାଇଁ ଗୋଲିଆ ଓଏଭି ର ଛାତ୍ର ସ୍ମୃତି ରଞ୍ଜନ ପାତ୍ର, ଛାତ୍ର ରୁଦ୍ର ପ୍ରତାପ ସାହୁ, ଛାତ୍ର ଦେବାଶିଷ ପ୍ରଧାନ ଓ ଛାତ୍ରୀ ଋତୁପର୍ଣ୍ଣା ନାୟକ ଏବଂ ବି.କରଡ଼ାବଡି ଏସ.ଏ.ବିଦ୍ୟାପୀଠ ଛାତ୍ର ବିଶ୍ଵଜିତ ନାୟକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏହି ୯ ଜଣ ଛାତ୍ରଛାତ୍ରୀ ବି.କରଡ଼ାବାଡ଼ି କ୍ରୀଡା ଶିକ୍ଷକ ସିଦ୍ଧାନ୍ତ କୁମାର ରାଉତ ଓ ଗୋଲିଆ ଓଏଭି ର କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ଜେନାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ