ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଶିକ୍ଷକ ଭବନରେ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ କାର୍ଯ୍ୟକାରୀ ବୈଠକ ମଙ୍ଗଳବାର ଦିନ ସଙ୍ଘର ସଭାପତି ମନୋରଞ୍ଜନ ଦଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥି ଭାବେ ଜିଲ୍ଲା ସଙ୍ଘ ସାଧାରଣ ସମ୍ପାଦକ ହରେକୃଷ୍ଣ ପାତ୍ର ଓ ଅବସର ପ୍ରାପ୍ତ ଶିକ୍ଷକ ସଂଘ ସଭାପତି ବିଶ୍ୱମୋହନ ମିଶ୍ର ଯୋଗ ଦେଇଥିଲେ।ସମ୍ପାଦକ ନଗେନ୍ଦ୍ର ନାଥ ଷଡ଼ଙ୍ଗୀ ବିବରଣୀ ପଠନ କରିବା ସହ ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଙ୍ଗଠନରେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକ ପତାକା ତଳେ ଏକଜୁଟ ହେଲେ ଶିକ୍ଷକ ସଂଗଠନ ସୁଦୃଢ଼ ହୋଇ ପାରିବ ବୋଲି ଅତିଥି ଦ୍ବୟ ମତ ପ୍ରକାଶ କରିଥିଲେ। ସପ୍ତମ ବେତନ କମିଶନ ସମ୍ପର୍କିତ ୬୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ ଓ ଏକ୍ସ କ୍ୟାଡ଼ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରେଜରୀ ମାଧ୍ୟମରେ ଦରମା ପଦାନ କରିବା ଦାବୀ ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା । ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ ସଙ୍ଘର ସାଧାରଣ ବୈଠକ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହି ବୈଠକରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦଙ୍କ ସମେତ ଅନ୍ୟାନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ।