ବୁଗୁଡା ବ୍ଲକ ବକ୍ସିପଲ୍ଲୀ ଗ୍ରାମର ଯୁବକଙ୍କ ଆନ୍ଧ୍ରପ୍ରଦେଶର ସଡକ ଦୁର୍ଘଟଣାରେ ମୃତ୍ୟୁ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ଗ୍ରାମର ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କ ଆନ୍ଧ୍ର ପ୍ରଦେଶରେ ଏକ ସଡକ ଦୁର୍ଘଟଣାରେ ଜାନୁଆରୀ ୦୮ ତାରିଖ ପୂର୍ବାହ୍ନରେ ପ୍ରାଣ ହରାଇଥିବା ଜଣାପଡିଛି । ଖବର ନେବାରେ ଜଣାପଡ଼ିଛି ଯେ ବକ୍ସିପଲ୍ଲୀ ଗ୍ରାମର ଭିକାରୀ ସ୍ୱାଇଁଙ୍କ ୨୨ ବର୍ଷର ପୁଅ ନିଲୁ ସ୍ୱାଇଁ ଆନ୍ଧ୍ର ପ୍ରଦେଶରେ କମ୍ପାନୀରେ କାମକରୁଥିଲେ । ସକାଳେ କମ୍ପାନୀକୁ ନିଜ ବାଇକ ହିରୋହଣ୍ଡା ସ୍ପେଲେଣ୍ଡର ଓଆର ୦୨ ଏଏମ ୮୨୫୩ ବାଇକରେ ହାଉଥିବା ବେଳେ ବିଜୟୱାଡା ନିକଟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ଵର୍ଗତ ନିଲୁଙ୍କ ପରିବାର ବର୍ତ୍ତମାନ ଭୁବନେଶ୍ୱର, ବାଜପେୟୀ ନଗର, ସାଲିଆ ସାହି ରେ ରହୁଥିବା ଜଣାପଡ଼ିଛି । ନିଲୁଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ଅନ୍ତରପଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଭୋଳ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।