ବୁଗୁଡା ବ୍ଳକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉଦଯାପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକରେ ବିକଶିତ ଭାରତ ସଂକଳ୍ପ ରଥ ଯାତ୍ରା କାର୍ଯ୍ୟକ୍ରମ କରସିଙ୍ଗି ପଞ୍ଚାୟତ ଠାରେ ଜାନୁଆରୀ ୫ ତାରିଖରେ ଉଦଯାପିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବାପାଇଁ ଦେଶ ସାରା ବିକଶିତ ଭାରତ ସଂକଳ୍ପ ରାଥ ଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ବୁଗୁଡା ବ୍ଳକର ୨୧ ଗୋଟି ପଂଚାୟତରେ ୧୧ ଦିନ ଧରି ଏହି କାର୍ଯ୍ୟକ୍ରମ ଜିପିଓ ମନୋଜ କୁମାର ସାହୁଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଶେଷ ଦିନରେ କରସିଙ୍ଗି ପଞ୍ଚାୟତ ଠାରେ ସଂକଳ୍ପ ରଥ ଯାତ୍ରାକୁ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ। ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଲଚ୍ଛମନ କହଁର, ପଞ୍ଚାୟତ ଅଧିକାରୀ ବାଳକୃଷ୍ଣ ଜେନା, କରସିଙ୍ଗି ସରପଞ୍ଚ ଜ୍ୟୋସ୍ନା ରାଣୀ ବିଶ୍ଵାଳ,ସମିତି ସଭ୍ୟ ଚିକୁ ବାରିକ, ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ରୋଜଗାର ସେବକ ଗୌର ପ୍ରଧାନ ଓ ଶଙ୍କର୍ଷଣ ମଲ୍ଲିକ, ସ୍ୱଚ୍ଛ ଭାରତ ମିଶନର ମାଷ୍ଟର ଟ୍ରେନର ନୃସିଂହ ଚରଣ ଦାସ ଙ୍କ ସମେତ ସ୍ବାସ୍ଥ୍ୟ, କୃଷି, କରସିଙ୍ଗି ଓ ବୁଗୁଡାର ଇଣ୍ଡେନ ଗ୍ୟାସ ଅଧିକାରୀ, ଏଏନ୍ଏମ୍, ଅଙ୍ଗନବାଡ଼ି, ଏମବିକେ ଓ ମହିଳା ଗୋଷ୍ଠୀ ଉପସ୍ଥିତ ରହି ଜନସଚେତନତାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ