ବୁଗୁଡା ବ୍ଳକର ପ୍ରଥମ ଧାନ ମଣ୍ଡିର ଶୁଭାରମ୍ଭ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପାଙ୍ଗିଡି ସେବା ସମବାୟ ସମିତିରେ ବୁଗୁଡା ବ୍ଲକ୍ ସ୍ତରୀୟ ଧାନ ମଣ୍ଡିର ଶୁଭାରମ୍ଭ କାର୍ଯ୍ୟକ୍ରମ ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ତହସିଲଦାର ତାପସ ରାଉତ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନ, ପାଙ୍ଗିଡ଼ି ସେବା ସମବାୟ ସମିତି ସଭାନେତ୍ରୀ ନନ୍ଦିନୀ ଭୂୟାଁ, ପାଙ୍ଗିଡ଼ି ସରପଞ୍ଚ ଭାଗ୍ୟଲତା ବିଷୋୟୀ ଓ ସମାଜସେବୀ ମଦନ ଗୋପାଳ ଦୋରା ଯୋଗଦେଇଥିଲେ। ପାଙ୍ଗିଡ଼ି ସେବା ସମବାୟ ସମିତି ଲିଃ ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୩୨୨ ଜଣ ଚାଷୀ ମଣ୍ତିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକୃତ କରିସାରିଛନ୍ତି। ଚଳିତ ବର୍ଷ ସାଧାରଣ ଶ୍ରେଣୀ ଧାନ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଚାଷୀ ତାର ଉଚିତ ମୂଲ୍ୟ ପାଇବାର ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକର ସମସ୍ତ ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଅପରେଟର ଯୋଗଦେଇ ସହଯୋଗ କରିଥିଲେ।


