ବାଲେଶ୍ୱର ପୌରପରିଷଦର ନୂଆ-ଓ କ୍ରୀଡ଼ା ଉତ୍ସବ ଉଦଯାପନୀ ସମାରୋହ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ଯୁବ ଶକ୍ତିର ବିକାଶ ପାଇଁ ଓଡ଼ିଶା ସରକାରଙ୍କର ଅନ୍ୟତମ ପ୍ରୟାସ ନୂଆ – ଓ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ବାଲେଶ୍ୱର ପୌରପରିଷଦସ୍ଥିତ ବାଲିଘାଟ ପଡ଼ିଆରେ କ୍ରୀଡା ଉତ୍ସବର ପୁରସ୍କାର ବିତରଣୀ ତଥା ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ଉତ୍ସବରେ ବାଲେଶ୍ୱର ପୌରପରିଷଦର ଅଧିନସ୍ଥ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ୧୮ ରୁ ୨୫ ବର୍ଷର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ କହିଥିଲେ ଯେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ଆୟୋଜିତ ନୂଆ-ଓ ଯୋଜନା ମାଧ୍ୟମରେ ଯୁବକଯୁବତୀମାନଙ୍କ ନିମନ୍ତେ ବିପୁଳ ସୁଯୋଗ ସୃଷ୍ଟି ହୋଇପାରିଛି । ଏଥି ସହିତ ନୂଆ ଓଡ଼ିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ଉଦଯାପନୀ ସମାରୋହରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବକଯୁବତୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ସହାୟକ ହେବ।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଉଭୟ ପୁରୁଷ ଓ ମହିଳା ବର୍ଗରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡ଼ା ଯଥା କ୍ରିକେଟ୍, ଫୁଟବଲ, ଖୋ-ଖୋ, କବାଡି, ଭଲିବଲରେ କୃତି ଅର୍ଜନ କରିଥିବା ସମସ୍ତ ଦଳଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା I ଏହି ସଭାରେ ବାଲେଶ୍ୱର ପୌରପରିଷଦର ସମସ୍ତ କାଉନସିଲର, ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ