ବୁଗୁରୁକୁପା ଜଙ୍ଗଲ ପୋଲିସ କୁମ୍ବିଂ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସାକ୍ଷ୍ୟ ପ୍ରମାଣ ଅଭାବରୁ ପୁଣି ଏକ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଗଜପତି ଦୌରାଜଜ୍ ସତ୍ୟପୀର ମିଶ୍ର ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ବିଗତ ୨୩.୧୦.୨୦୧୦ ମସିହାରେ ସବ୍ୟସାଚୀ ଏବଂ ତାଙ୍କ ସାଥିମାନେ ମୋହନା ଥାନା ଅନ୍ତର୍ଗତ ସଫଲାଗୁଡା ଗ୍ରାମ ନିକଟରେ ଥିବା ବୁଗୁରୁକୁପା ଜଙ୍ଗଲରେ ଏଣ୍ଟି ନକ୍ସଲ ସ୍କାର୍ଡ ତଥା ସିଆରପିଏଫ୍ଙ୍କ କୁମ୍ବିଂ ଅପରେଶନ ବେଳେ ୩ଜଣ ମାଓବାଦୀ ଧରା ପଡିଥିଲେ । ଏମାନେ ହେଲେ ଅତୀର ବଡମାଝୀ, ଯକ୍ଷ୍ୟ ବଡମାଝୀ ଏବଂ ଅଫିର ବଡମାଝୀ । ଏମାନଙ୍କ ଠାରୁ ମାଓ ପୋଷାକ, ଏସ୍ବିଏଲ୍ଏମ୍ ଗନ୍, ବୁକ୍ ଲେଟ ଓ ଅନ୍ୟାନ୍ୟ କିଛି ମାଓ ସାମଗ୍ରୀ ଜବତ ହୋଇଥିଲା । ଏହି ୩ ଜଣ ଗିରଫ ହୋଇ ସବ୍ୟସାଚୀଙ୍କ ଅଧିନରେ ମାଓ ସଂଗଠନରେ କାର୍ଯ୍ୟ କରୁଥିବା ପୋଲିସକୁ ସୂଚନା ଦେବା ପରେ ଗଜପତି ଜିଲ୍ଲା ଅଡବା ଥାନାରେ ୨୩.୧୦.୨୦୧୦ ତାରିଖରେ କେସ ନଂ ୫୮ରେ ଏକ ମକଦ୍ଦମା ରୁଜୁ କରାଯାଇ ଗିରଫ ୩ଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ମାମଲାର ବିଚାର ଚାଲିଥିଲା । ଗତକାଲି ସମ୍ପୃକ୍ତ ମାମଲାର ରାୟକୁ ଜିଲ୍ଲା ଦୈରାଜଜ୍ ସତ୍ୟପୀର୍ ମିଶ୍ର ରାୟକୁ ପ୍ରକାଶ କରିଥିଲେ । ଏଥିରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ତାଙ୍କ ଓକିଲ ସ୍ୱରୂପ କୁମାର ପାଳ ସୂଚନା ଦେଇଛନ୍ତି ।


