ବୁଢ଼ିଘରା ଛକ ଠାରେ ଦୁର୍ଘଟଣା ଜଣେ ମୃତ 4 ଆହତ

କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ବୁଢୀଘରା ଛକଠାରେ ମଙ୍ଗଳବାର ଦିନ ମର୍ମନ୍ତୁତ ଦୁର୍ଘଟଣା ୪ଆହାତ ୧ମୃତ, ମୃତଜଣକ ହେଲେ କୁକୁଡ଼ାଖଣ୍ଡି ଢିମୀରା ସାହି ଅଞ୍ଚଳର ରଜନୀ ବେହେରା, ତାଙ୍କ ସହିତ ଥିଲେ ତାଙ୍କ ସ୍ଵାମୀ ପାଣ୍ଡବ ବେହେରା, ଆଖି ସାମ୍ନାରେ ଚାଲି ଗଲା ସ୍ତ୍ରୀ ର ଜୀବନ, ପେଟ ପାଟଣା ପାଇଁ ସ୍ଵାମୀ ସ୍ତ୍ରୀ ଏକାଠି ଦିନ ମଜୁରିଆ ଭାବେ ମୂଲ ଖଟୁଥିଲେ, ମଙ୍ଗଳବାର ଦିନ ଦୁର୍ଘଟଣାରେ ଏକା ହୋଇଗଲେ ପାଣ୍ତବ , ପରିଣତ ଅବସ୍ତାରେ ସ୍ତ୍ରୀ- ସାହାରା ହୋଇଥାନ୍ତେ କିନ୍ତୁ ଆଜି
ସ୍ତ୍ରୀକୁ ହରାଇ ଦୁଃଖରେ ଭାଙ୍ଗିପଡ଼ି କାନ୍ଦୁଛନ୍ତି ସ୍ଵାମୀ,
ସକାଳ ପ୍ରାୟ ଛ ଘଣ୍ଟ ସମୟ ରେ (ଓଡି 07ଏ 0579) ଅଟୋରେ ଶୁଶାନ୍ତ ଦାସ,ଝୁମୁରି ଦାସ, ରୁନୂତା ଦାସ,ରଜନୀ ବେହେରା ଓ ପାଣ୍ଡବ ବେହେରା ସାଙ୍ଗରେ ଖାଇବା ନେଇ ରାଇଝୋଳ ଗାଁ ମୁଲ କାମକୁ କୁ ବାହାରିଥିଲେ, ଅନ୍ୟ ଏକ ଡାଲା ଅଟୋ (ଏପି 39ୟୁୱାଇ 7658) ଯୋଗେ ନଡିଆ ବୋଝେଇ ଈନ୍ଦିପୁର- ଆନ୍ଧ୍ର ରୁ ହିଞ୍ଜିଳି କାଟୁ ଯାଉଥିଲା । ଝିପି ଝିପି ବର୍ଷା ଚାଲିଥିଲା, ବେଳେ ଠିକ୍ ବୁଢୀଘରା ଛକଠାରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଥିଲା ବିପରୀତ ଦିଗରୁ ଆସୁଥିବା ଅଟୋ କୁ, ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏବଂ ରାସ୍ତାରେ ଯାଉଥିବା କିଛି ଲୋକ ଅଟୋରେ ଥିବା ଲୋକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ତାରେ ସମସ୍ତଙ୍କୁ ଏମକେସିଜୀ ପଠାଇଥିଲେ ।ସେଠାରେ ଉପସ୍ଥିତ ଡକ୍ଟର ରଜନୀ ବେହେରାଙ୍କୁ ମୃତ ଘୋଷଣା କଲେ । ଖବର ଲେଖିବା ସମୟ ପର୍ଯ୍ୟନ୍ତ ସମସ୍ତ ଗୁରୁତର ଆହତ ବ୍ୟକ୍ତି ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ, ସବ ବ୍ୟବଚ୍ଛେଦ ପରେ ରଜନୀ ଙ୍କ ମୃତ ଶରୀରକୁ ପରିବାର ହସ୍ତାନ୍ତର କରାଯିବ ବୋଲି କହିଥିଲେ ଡାକ୍ତର,
ପ୍ରତିବାଦ କରି ଜାତୀୟ ରାଜପଥ ୫୯ ଅବରୋଧ କଲେ ଜନତା, ବ୍ରହ୍ମପୁର- ଆସ୍କା ରୋଡ ରେ ଅଟକି ରହିଲା ବହୁତ ଗାଡ଼ି, ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ ଲୋକଙ୍କୁ ବୁଝାଇବା ପରେ ଲୋକେ ରାସ୍ତାରୁ ହଟିଥିଲେ, ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ନିଳାମ୍ବର ବେହେରା ଓ ତାଙ୍କ ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି ପଚରା ଉଚରା ଚାଲିଥିବା କହିଛନ୍ତି ସଦର ଥାନା ପୋଲିସ, ପ୍ରତିଦିନ ବଢ଼ି ଚାଲିଛି ଆସ୍କା ରୋଡ ରେ ଦୁର୍ଘଟଣା, ଡିଭାଇଡର ନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା କହିଛନ୍ତି ବୁଦ୍ଧିଜୀବୀ, ରାସ୍ତା ମଝିରେ ଡିଭିଦାର ନିମନ୍ତେ ବାରମ୍ବାର ଅଭିଯୋଗ,ରାସ୍ତାରୋକ ହେବା ସତ୍ବେ ମଧ୍ୟ ପ୍ରଶାସନ ଓ ରାଜନେତା ମାନେ ଦୁଷ୍ଟି ଦେଉ ନଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା, ତେବେ କେବେ ପ୍ରଶାସନ ଅବା ରାଜନେତା ମାନେ ଏଥିପ୍ରତି ଦୃଟି ଦେବେ ଦେଖିବାକୁ ବାକି ରହିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ