ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ କବିରାଜପୁର ସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ କୌଶଳ ଦୀକ୍ଷାନ୍ତ ସମାରୋହ ଏବଂ ନୂତନ ଶିକ୍ଷାର୍ଥୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ ଶିକ୍ଷାର୍ଥୀ ମାନେ ଶୃଙ୍ଖଳିତ ଭାବେ ନିଷ୍ଠାର ସହ ବୈଷୟିକ ଶିକ୍ଷା ଗ୍ରହଣ କରି ବୃତ୍ତିଗତ ଶିକ୍ଷାରେ ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା I ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନ ସମ୍ପାଦକ ଚିତ୍ତରଞ୍ଜନ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରମେଶ୍ ଚନ୍ଦ୍ର ମହାପାତ୍ର, ସନ୍ତୋଷ ପାଢୀ, ସୁମନ୍ତ ନାୟକ, ସୁରେଶ ଗୌଡ଼, ଦିଗାମ୍ବର ରଥ, ମଙ୍ଗୁଳୁ ସ୍ୱାଇଁ, ବିଶ୍ଵନାଥ ସିୟ ,ସୁଶାନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ରମେଶ୍ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ