ବୁଥ ଚୟନ ପ୍ରସଙ୍ଗକୁ ନେଇ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ଘୁ. ଉଦୟଗିରି ତହସିଲଦାର ତଥା ନିର୍ବାଚନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆସନ୍ତା ପୌର ନିର୍ବାଚନ ନିମନ୍ତେ ପ୍ରକାଶ ପାଇଥିବା ଭୋଟର ତାଲିକା ଓ ମତଦାନ ପାଇଁ ବୁଥ ଚୟନ ପ୍ରସଙ୍ଗକୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜନ ହୋଇଥିଲା । ଉକ୍ତ ବୈଠକରେ ବିଜେଡି, ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ସଦସ୍ୟ ମାନେ ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ।ଆୟୋଜିତ ବୈଠକରେ  ତହସିଲଦାରଙ୍କ ସହିତ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ  କିରାଣୀ ସତ୍ୟପ୍ରକାଶ ମହାପାତ୍ରଙ୍କ ସମେତ  ପରିଷଦର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟାଳୟ ତରଫରୁ ସବୁ ଦଳକୁ ସମସ୍ତ ୱାର୍ଡ ର ଭୋଟର ତାଲିକା ପ୍ରଦାନ କରାଯାଇଥିଲା। ଭୋଟର ମାନେ ଭୋଟର ଲିଷ୍ଟ ତନଖି କରି ଯଦି କିଛି ତୃଟି ପାଆନ୍ତି ତେବେ ସଂଶୋଧନ କରିବା ନିମନ୍ତେ ଚଳିତ ମାସ ୧୧ ତାରିଖ ଠାରୁ ୧୬ ତାରିଖ ମଧ୍ୟରେ ଦରଖାସ୍ତ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ