ବୁଥ ଜବର ଦଖଲ ଆଶାଙ୍କାକୁ ନେଇ ମୁହାଁ ମୁହିଁ ପରିସ୍ଥିତି

ହାଟଡିହି, (ବିକାଶ ବିଶ୍ୱାଳ ) :-ଆସନ୍ତା ୨୦ତାରିକରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୪ନମ୍ବର ଜୋନର ହଦଗଡ ପଞ୍ଚାୟତର ପିତାନାଉ, ଦଲକି ଆଦି ଗ୍ରାମର ୫, ୬, ଓ ୭ନମ୍ବର ବୁଥ ଏବଂ କେ ବାଲିପାଳ ପଞ୍ଚାୟତର ମଲ୍ଲିପସି ଓ ସରମୁଣ୍ଡିର ୧ ଓ ୨ନମ୍ବର ବୁଥ ଜବରଦଖଲ ଆଶଙ୍କା କରି ଜିଲ୍ଲାପରିଷଦ ପ୍ରାର୍ଥୀ ସୋମନାଥ ଦାସ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ୨୦ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ପୁର୍ବରୁ ଏନେଇ ଉପଖଣ୍ଡ ନିର୍ବାଚନ ଅଧିକାରୀ ଓ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ ଚିଠିରେ ଉଲେଖ କରିଛନ୍ତି । ପୁର୍ବ ନିର୍ବାଚନ ମାନଙ୍କରେ ଏହି ବୁଥ ଗୁଡିକ ଜବରଦଖଲ ହୋଇଆସୁଥିବାରୁ ଚଳିତ ନିର୍ବାଚନରେ ଯଦି ବୁଥ ଜବରଦଖଲ କରାଯାଏ ତେବେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଶୁଣିବାକୁ ମିଳୁଛି । ତେଣୁ ସାଧାରଣ ଲୋକମାନେ ଭୟଭୀତରେ ଅଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଏହିସବୁ ବୁଥରେ ସତର୍କତା ମୁଳକ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ