ବୁଦାଭିତରୁ ଅଜଣା ନବଜାତ ଶିଶୁ ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲା କୁସୁମି ବ୍ଳକ ଅଧିନସ୍ଥ ଭୁତୁକାବାଦି ପଞ୍ଚାୟତର ତାମୁଡିଆ ଗ୍ରାମ ନିକଟସ୍ଥ ଏକ ବୁଦା ମଧ୍ଯରୁ ମଙ୍ଗଳବାର ଦିନ ସଂଧ୍ଯା ୫ଟା ପାଖାପାଖି ସମୟରେ କ୍ରନ୍ଦନରତ ଶିଶୁକନ୍ଯାକୁ ଯୁବ ସ୍ବେଛାସେବୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।ଯୁବ ସ୍ବେଛାସେବୀ ଅମ୍ବିକା ପାତ୍ର ଏବଂ ଦିଲିପ ରାତ୍ର ଆଜି ଧ୍ଯାରେ ଯାଉଥିବାବେଳେ କିଛି ଦୂରରେ ଏକ ଶିଶୁର‌ କାନ୍ଦ ବୋବାଳି ଶୁଣି ସେଠାରେ ପହଞ୍ଚିଥିଲେ ।ପରେ ସମାଜସେବୀ ତୁଷାର ଆଚାର୍ଯ୍ଯକୁ ଖବର ଦେଇଥିଲେ ।ସେମାନେ ରାଇରଙ୍ଗପୁର ଉପଖଣ୍ଡଚିକିତ୍ସାଳୟକୁ ଆଶାଦିଦି ମାଧ୍ଯମରେ ପହଞ୍ଚାଇଥିଲେ ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ ଓ୍ବାର୍ଡରେ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇ ଯତ୍ନର ସହ ରଖାଯାଇଛି ।ଶିଶୁ ବିଷେଷଜ୍ଞ ପିଲାଟିର ସ୍ବାସ୍ଥ୍ଯ ପରୀକ୍ଷା କରି ଆବଶ୍ଯକୀୟ ଡାକ୍ତରି ସେବା ଯୋଗାଇବା ବ୍ଯବସ୍ଥା କରିଛନ୍ତି ।ଛୁଆଟିକୁ କିଏ ପକାଇଲା,କାହିଁକି ଫୋପାଡି ଦେଇଥଲା ତାହା ତଦନ୍ତ ସାପେକ୍ଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ