ବୁଦା ମୂଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲୋହୋରାଖଣ୍ଡି ନଦୀ ନିକଟ ବୁଦା ମୂଳରୁ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକଙ୍କ ନାମ କାର୍ତ୍ତିକ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୪୦ ଏବଂ ଘର ଶଙ୍ଖ ସାହି ବୋଲି ଜଣାପଡିଛି।ଗତ ରାତି ରୁ ସେ ଘରକୁ ଫେରି ନଥିବା ବେଳେ ଆଜି ସକାଳେ ତାଙ୍କ ମୃତ ଦେହ କୁ ଦେଖିଥିଲେ ଲୋକେ । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ମୃତ ଦେହ କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇବା ସହିତ ଘଟଣା ର ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ