ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ସତସଙ୍ଗ ଅନୁଷ୍ଠିତ

ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ସତସଙ୍ଗ ଅନୁଷ୍ଠିତ
ଖଲ୍ଲିକୋଟ :(ସିଲୁ ବିଶ୍ଵାଳ ) ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତସଙ୍ଗ ବିହାର ଖଲ୍ଲିକୋଟ ଠାରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀଙ୍କ ତତ୍ଵାବଧାନରେ ପ୍ରତ୍ୟକ ମାସର ଶେଷ ରବିବାର ଦିନ ଶ୍ରୀ ଶ୍ରୀ ଠାକୁର ଙ୍କ ସତସଙ୍ଗ କରାଯାଇ ଆସୁଛି, ସୋମବାର ଏକ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡ଼ମ୍ବରଭାବେ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ସତସଙ୍ଗକୁ ସ୍ଥାନୀୟ ସହ ପ୍ରତି ରୁତ୍ଵୀକ ରଞ୍ଜିତ କୁମାର ପଣ୍ଡା ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଆଗତ ସହପ୍ରତି ରୁତ୍ଵୀକ ଡକ୍ଟର ଏନ. ହିମାଂଶୁ ଚୌଧୁରୀ ଯୋଗଦେଇ ଛାତ୍ରଛାତ୍ରୀ ଜୀବନରେ ସଫଳତାର ଚାବିକାଠି କିପରି ହେବା ଆବଶ୍ୟକ ତାହା ଆଲୋଚନା ରଖିଥିଲେ । ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରାର୍ଥନା ପରେ ସତ୍ୟାନୁସରଣ-ଦିପ୍ତସୁନ୍ଦର ,ନାରୀର ନୀତି – ତାପସ ଓ ଚଲାର ସାଥୀ – ବ୍ରତସୁନ୍ଦର ଭାଇ ଗ୍ରନ୍ଥ ପାଠ କରିଥିଲେ । ଭଜନ ପରିବେଷଣରେ ସ୍ୱର ଓଡ଼ିଶାର ବିଜେତା ନନ୍ଦିନୀ ବେହେରା, ବ୍ରହ୍ମପୁର ଆଗତ ପ୍ରସିଦ୍ଧ ଗାୟିକା ଦୀପଳିପ୍ରିୟଦର୍ଶନୀ, ଗୋପେନ୍ଦ୍ର ସାହୁ ଏବଂ କୋରସ୍ ଗାୟନରେ ଅଭିକସୁନ୍ଦର ଭାଇ ସହଯୋଗ ସୁଦୀପ୍ତ, ବାଦଲ, ମହେଶ, ଆଦିତ୍ୟ, କୃପେଶ୍ ଭାଇ ବହୁତ ସୁନ୍ଦର ଉପସ୍ଥାପନା ପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କଲେ ରସମୟ ପଣ୍ଡା । ଶ୍ରୀ ଶ୍ରୀ ଠାକୁରଙ୍କ ବିରଚିତ ଗୀତିବାଣୀ ” ଲେଖା ପଢା ରେ ଦକ୍ଷ ହେଲେ ହିଁ ଶିକ୍ଷା ତାକୁ କୁହେନା , ଅଭ୍ୟାସ ବ୍ୟବହାର ସହଜ ଜ୍ଞାନ ନ ହେଲେ ଶିକ୍ଷା ହୁଏନା” ଗାନ ହେବା ପରେ “ବନ୍ଦେ ପୁରୁଷୋତ୍ତମମ୍” ଧ୍ଵନୀ ଦେଇ ସତସଙ୍ଗ ସମାପ୍ତ ହୋଇଥିଲା । ସତସଙ୍ଗ ରେ ଅଧ୍ଵର୍ଯ୍ୟ ବ୍ରହ୍ମପୁର ଆଗତ ଦୀନବନ୍ଧୁ ପାତ୍ର , ଖଲ୍ଲିକୋଟ ଅଞ୍ଚଳର ରବିନ୍ଦ୍ର ସାହୁ , ଶ୍ରୀ ତ୍ରିନାଥ ମିସ୍ତ୍ରୀ ଏବଂ ଯାଜକ ତାରିଣୀ ସାହୁ, ବାବୁଲା ସାହୁ ଉପସ୍ଥିତଥିଲେ । ଏହି ଅବସରେ ସତସଙ୍ଗ ବିହାର ପରିସରରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହିଥିରେ ପ୍ରକୃତିବନ୍ଧୁ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ଦୈତାରୀ ବେହେରା ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ