ବୁଦ୍ଧଖୋଲରେ ପର୍ବତାରୋହଣ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲ ରେ ଇଣ୍ଡିଆନ ଆଡଭେନଚର ଫାଉଣ୍ଡେସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପର୍ବତାରୋହଣ ଶିବିର ଅନୁଷ୍ଠିତ ହୋଇଥିଲା। ସତ୍ୟ ପ୍ରକାଶ ନାୟକ ଓ ବୈଷ୍ଣବ ଚରଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପର୍ବତାରୋହଣ ଶିବିରରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରଶିକ୍ଷକ ଭାବେ ଜ୍ୟୋତି ରଞ୍ଜନ ମହାପାତ୍ର, ଦୀପକ କୁମାର ଜେନା, ବିଶ୍ବରଞ୍ଜନ କଅଁର, ଦେବୀଦତ୍ତ ମହାନ୍ତି, ଓ ନିଖିଳ କୁମାର ପୃଷ୍ଟି ଯୋଗଦେଇ ପର୍ବତ ଆରୋହଣ ସମୟରେ ସତର୍କତା, ଆକସ୍ମିକ ଦୁର୍ଘଟଣା ବେଳେ ପ୍ରାଥମିକ ଚିକିତ୍ସା ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଯୋଗଦେଇ ସବୁଜ ରଙ୍ଗର ପତାକା ଡକାଇ ପର୍ବତାରୋହଣର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ଆଡଭୋକେଟ କେ.ତ୍ରିଲୋଚନ ଦୋରା ଓ ଗୋଲିଆ ସରପଞ୍ଚ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ନେକ ହେଲ୍ପ ଲାଇନ କର୍ମୀ ହରିଶ ପାଢ଼ୀ ଓ ସମସ୍ତ ଶିବିରାର୍ଥୀ ବୁଦ୍ଧଖୋଲ ପର୍ବତର ଶିଖର ପର୍ଯ୍ୟନ୍ତ ଆରୋହଣ କରି ଫେରଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ