ବୁଦ୍ଧ ମନ୍ଦିର ପରିସରରେ ବୌଦ୍ଧସ୍ତୁପର ଶିଳାନ୍ୟାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତୀୟ ମହାବୋଧି ସମିତି, ଓଡ଼ିଶା ଶାଖା ପରିଚାଳନା କମିଟିର ପୂର୍ବ ନିଷ୍ପତ୍ତିକ୍ରମେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଦିବା ୧୦ ଘଟିକା ସମୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ବୌଦ୍ଧସ୍ତୁପ ଓ ଧ୍ୟାନକେନ୍ଦ୍ର ନିମନ୍ତେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ତଥା ସର୍ବଭାରତୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଉପସ୍ଥିତିରେ ଉନ୍ନୟନ କମିଟିର ଅଧ୍ୟକ୍ଷ ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ସମ୍ପାଦକ ତଥା ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ମିଳିତ ଭାବେ ଶିଳାନ୍ୟାସ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଜୀବନ ସଦସ୍ୟ ଡଃ ବଦ୍ରୀନାଥ ପଟ୍ଟନାୟକ, ସହ କୋଷାଧ୍ୟକ୍ଷ ନବୀନ କୁମାର ସାହୁ, ସିଦ୍ଧାର୍ଥ ପଣ୍ଡା ଓ ଡଃ ଅସିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଭୀକ୍ଷୁ ଧର୍ମାଲୋକ ଓ ପଣ୍ଡିତ ବିନୋଦ ବିହାରୀ ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ