ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ର ଆଲୋଚନା ଚକ୍ର
ଜମନକିରା , (ଲିପନ ନାଏକ ) : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲସ୍ଥିତ କିଶାନ ସମାଜ ସଭାକକ୍ଷରେ ବୁଦ୍ଧ ସାମାଜିକ ଆନ୍ଦୋଳନ ସମିତି ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଭାରତୀୟ ସଂବିଧାନ ଓ ସାମାଜିକ ନ୍ୟାୟ ଶୀର୍ଷକରେଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବି ଜି ଡି ଡିଗ୍ରୀ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଦୟା ସାଗର ପଧାନ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଖତୁ ନାଥ ପିଙ୍ଗ, ଆଦିବାସୀ ନେତା ଯୋଗେଶ୍ୱର ପଟ୍ଟା,ଶ୍ରମିକ ନେଟପବନ୍ କୁମାର ଲୁହା,ବାମସେଫ ନେତା ହରିଶ୍ ଚନ୍ଦ୍ର ଦୀପ, ଗୁପେଶ୍ୱର୍ ବାଗ,ଅବସରପ୍ରା ଶିକ୍ଷକ ପୁରୁଷୋତ୍ତମ ପଟ୍ଟା ,ନାରୀ ନେତ୍ରୀ ବୀଣାପାଣି ନାଏକ ଓ ଚାଷୀ ନେତା ବନମାଳୀ ନାଏକ,ସାମାଜିକ କର୍ମୀ ପ୍ରେମ ସାଗର ଦେହେରିଆ ପ୍ରମୁଖ ଆଲୋଚକ ଭାବରେ ଯୋଗ ଦେଇ ସଂବିଧାନ କୁ କଡ଼ା କଡ଼ି ଲାଗୁ କଲେ ହିଁ ସାମାଜିକ ନ୍ୟାୟ ସମ୍ଭବ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ଅତିଥି ଗଣ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ ଆମ୍ବେଦକରଙ୍କ ଫଟୋଚିତ୍ର ଦୀପ ଦାନ କରି ଶ୍ରଦ୍ଧାଂଜଳି ଜଣାଇବା ସହ ସମ୍ବିଧାନ ର ସମ୍ମୁଖ ଭାଗକୁ ମିଳିତ ଭାବରେ ପାଠ କରାଯାଇଥିଲା । ପ୍ରରଭରେ କେଦାର ଲୁହା ସ୍ୱାଗତ ଭାଷଣ ପ୍ରଦାନ ସହ ସଂଯୋଜନା କରିଥିବାବେଳେ ଶୁରୁ ମଣୀ ସୁନା ନି ଅତିଥି ପରିଚୟ ପ୍ରଦାନ କରିଥିଲେ ।ଦ୍ଵିତୀୟ ଅଧିବେଶନ ରେ ସାଂଗଠାନିକ ଆଲୋଚନା କରିବା ସହ ସର୍ବଶ୍ରୀ ସୁବାସ ନାୟକ,କରୁଣା କର କିଶନ, ଶ୍ରଦ୍ଧାକର ଜୟପୁରିଆ,ଦୁଃଖ ବନ୍ଧୁ ବନଛୁର,ଜୟ ନାରାୟଣ ଛୁରା ଓ ପଦ୍ମିନୀ ଲୁହା ଙ୍କୁ ନେଇ ଏକ ସଂଯୋଜନା କମିଟି ଗଠନ କରାଯାଇଥିଲା ।ଶେଷରେ ଭୋଳ ନାଥ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସାଙ୍ଗଠନିକ ଆଲୋଚନା କୁ ଅଧ୍ୟାପକ ଜୟପୁର ପରିଚାଳନା କରିଥିଲେ । କବି ରତନ ମେହେର ଜାଗରଣ କବିତା ଆବୃତ୍ତି କରିଥିଲେ ।