ବୁଧେଶ୍ୱର ମନ୍ଦିର ର ନୂତନ ପରିଚାଳନ କମିଟି ଗଠନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୂର ପଞ୍ଚାୟତ ରତ୍ନମାଳାପୁର ଗ୍ରାମରେ ବିଜେ ବୁଧେଶ୍ୱର ମନ୍ଦିର ର ପରିଚାଳନା ପାଇଁ ନୂତନ କମିଟି ଗଠନ ହୋଇଯାଇଛି l ମଙ୍ଗୁଳୁ ସ୍ୱାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ନୂତନ ସଭାପତି ଭାବେ ବସନ୍ତ ।କୁମାର ପାଢ଼ୀ, ଉପସଭାପତି ଏ. ମାଧବ ରେଡ଼ି, ସମ୍ପାଦକ ରଂଜନ ସାହୁ, ସହ ସମ୍ପାଦକ ଏ. ନରେନ୍ଦ୍ର ରେଡ଼ି, କୋଷାଧ୍ୟକ୍ଷ ଭାବେ ବାଳକୃଷ୍ଣ ଚୌଧୁରୀ ଓ ମନ୍ଦିର ର ପରିଚାଳନା ମୁଖ୍ୟ ଭାବେ ଏ.ରାଜୁ ରେଡ଼ି, ଉପଦେଷ୍ଠା ମଣ୍ଡଳୀ ରଘୁନାଥ ବେହେରା, ମଙ୍ଗୁଲୁ ସ୍ବାଇଁ, ନୃସିଂହ ମାଦଳା, ଲକ୍ଷ୍ମୀ ନାରାୟଣ ଆଚାରି, ରବିନ୍ଦ୍ର ବେହେରା, ଉନ୍ନୟନ କମିଟି ଭାବେ ସୁଶାନ୍ତ ନାୟକ, ପ୍ରମୋଦ ନାୟକ, ଅଖିଲେଶୁ ଦୋରା, ଜଗନ୍ନାଥ ପାଣିଗ୍ରାହୀ, କେ. ନାଗେଶୁ ରେଡ଼ି କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ପୂର୍ବତନ କର୍ମକର୍ତ୍ତା ମାନଙ୍କୁ ନିଜ ଇଚ୍ଛା ମୁତାବକ ଇସ୍ତଫା ଦେଇଥିବା ବେଳେ ନୂତନ କର୍ମକର୍ତ୍ତl ମାନେ ଶପଥ ଗ୍ରହଣ କରିଥିଲେ l ଏହି ଅବସରରେ ଆୟୋଜିତ ବୈଠକରେ ମନ୍ଦିର ବିଭିନ୍ନ ଉନ୍ନତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହାସହିତ ସକ୍ରିୟ ସଭ୍ୟ ଭାବେ ପାଟପୁର, ପଳାଶପୁର, ରତ୍ନମାଳାପୁର ଗ୍ରାମର ୧୧ ଜଣ ରହିଛନ୍ତି । ଏହି ନୂତନ କମିଟି ଏହି ମନ୍ଦିର ଉନ୍ନତି ପାଇଁ କାର୍ଯ୍ୟକରିବ ବୋଲି କୁହାଯାଇଛି । ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ କୁ ସାକ୍ଷାତ କରି ମନ୍ଦିର ବିକାଶ ପାଇଁ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କର୍ମକର୍ତ୍ତା ଚୟନ ରେ ପାଟପୁର, ପଳାଶପୁର, ମହାନଲା, ରତ୍ନମାଳାପୁର ର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ