ବୁରୁପୋଡା ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ସେବା ସମବାୟ ସମିତିର ପକ୍ଷରୁ ଶୁକ୍ରବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ସମିତି ସଭାପତି ଦୁଷ୍ମନ୍ତ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ପିଇଓ ସୁଶାନ୍ତ ପଟ୍ଟନାୟକ, ରାଜସ୍ବ ନିରୀକ୍ଷକ ସୁବ୍ରତ ମହାପାତ୍ର, ନାଏବ ସରପଞ୍ଚ ରଞ୍ଜନ ସ୍ବାଇଁ, ପ୍ରାକ୍ତନ ସରପଞ୍ଚ ବିଳାସିନୀ ପାଢି, ପ୍ରାକ୍ତନ ସେବା ସମବାୟ ସମିତି ସମ୍ପାଦକ ସିମାଞ୍ଚଳ ଗୋଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଗତ ମାସରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ବହୁ ଚାଷୀଙ୍କ ଅମଳ ଧାନ ପାଣିରେ ବୁଡି ରହିଥିବାରୁ ନିମ୍ନମାନର ଧାନ ଅମଳ ହୋଇଛି। ଏହି ପରିପ୍ରେକ୍ଷୀରେ ସରକାର ଏଫ୍ ଏକ୍ୟୁ ମାନ କୋହଳ କରି ଚାଷୀମାନଙ୍କ ଠାରୁ ଧାନ କିଣିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ହିଞ୍ଜିଳିକାଟୁ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ପ୍ରଦାନ କରିଛନ୍ତି। ସମିତି ସମ୍ପାଦକ ସଞ୍ଜୟ କୁମାର ପୋଲେଇ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଚାଷୀ ଉପସ୍ଥିତ ଥିଲେ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ