ବୁଲା କୁକୁରଙ୍କ କବଳରୁ କୁଟୁରାକୁ ଉଦ୍ଧାର କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍‌.ଉଦୟଗିରିରେ ଏକ କୁଟୁରା ଜନବସତି ମୁହାଁ ହୋଇଥିଲା । ଏହି କୁଟୁରାଟିକୁ ଦେଖି ବୁଲା କୁକୁର ମାନେ ଗୋଡାଇଥିଲେ । ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ କୁକୁରଙ୍କ କବଳରୁ କୁଟୁରାଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ଆର୍‌.ଉଦୟଗିରି ବନବିଭାଗର କର୍ମଚାରୀ ପହଞ୍ôଚ କୁଟୁରାକୁ ଉଦ୍ଧାର କରି ତୁରନ୍ତ ପଶୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ସ୍ୱାସ୍ଥ୍ୟଅବସ୍ଥା ଜାଞ୍ଚପରେ ଲଖାରୀ ଅଭୟାରଣ୍ୟରେ କୁଟୁରାଟିକୁ ଛାଡି ଦିଆଯାଇଥିବାର ଜଣାପଡିଛି । ଆର୍‌.ଉଦୟଗିରି ବନପାଳ ପି.ଭେଙ୍କଟରାବଣା, ଫରେଷ୍ଟଗାର୍ଡ ମଜେସ ଶବର ସମେତ ବନକର୍ମଚାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ