ବୁଲା ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ବାଣ୍ଟିଲେ କୋଣାର୍କ ସାମ୍ବାଦିକ ସଂଘ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଏନଏସି ଅଧିନସ୍ଥ କୋଣାର୍କ ବଜାର ଓ ଏହାର ଆଖପାଖ ଅଞ୍ଚଳରେ କରୋନା ପ୍ରଭାବିତ ବୁଲା ଷଣ୍ଢ ଓ ଗାଇ ଗୋରୁ ମାନଙ୍କୁ ଗୋଖାଦ୍ୟ ଯୋଗାଣ ସହ ଭ୍ରାମ୍ୟମାଣ ଗୋ ସେଵା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଖଵରରୁ ପ୍ରକାଶ ଯେ ଵିଶ୍ବ ମହାମାରୀ କରୋନା କୋଭିଡ -୧୯ ପ୍ରଭାବ ରେ ଖାଦ୍ୟ ନ ପାଇ କୋଣାର୍କ ସତ୍ୟ ସାଇ ମନ୍ଦିର, ଭଗବତୀ ପୀଠ, ମାଧପୁର ଛକ, ଥାନା ଛକ, ମେଡିକାଲ ଛକ, ରିଂଗ ରୋଡ ଛକ, କୋଣାର୍କ ବସଷ୍ଟାଣ୍ଡ, ଲବନ୍ଯ ଲଜ ଛକ, ହେଲିପେଡ ଛକ ସମେତ ଚନ୍ଦ୍ରଭାଗା ଵଜାର ଠାରେ ତୃଷାର୍ତ୍ତ ଵୁଲା ଷଣ୍ଢ ଓ ଗାଇଗୋରୁ ମାନଙ୍କୁ ଭ୍ରାମ୍ୟମାଣ ଗୋ ସେଵା କାର୍ଯ୍ୟ ମାଧ୍ୟମରେ କୁଣ୍ଡା, ଚୋକଡ ଯୋଗେ ମୁହାଁ ଯାଇଥିଲା। ଏହି ଅବସରରେ ଵୁଲା କୁକୁର ଓ ପକ୍ଷୀ ମାନଙ୍କୁ ଶୁଖିଲା ଖାଦ୍ୟ ଵିସ୍କୁଟ ଓ ଚୁଡା ଆଦି ଖାଦ୍ୟ ଖାଇବାକୁ ଦିଆଯାଇଥିଲା। କୋଣାର୍କ ସାଇ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ପ୍ରାୟ ୪କିମି ପର୍ଯ୍ୟନ୍ତ ରାସ୍ତା ରେ ଵୁଲୁ ଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ଵ ଵୁଲା ଷଣ୍ଢ ଓ ଗାଇ ଗୋରୁ ମାନଙ୍କ ଗୋସେଵା କାର୍ଯ୍ୟ କୁ ସଂଗଠନ ର କର୍ମକର୍ତ୍ତା ଓ ସଭ୍ୟ ମାନେ ସୂଚାରୁ ରୂପେ ସମ୍ପନ୍ନ କରାଯାଇଥିଲା। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସାମାଜିକ ଦୂରତା ପାଳନ ନିୟମ କୁ କଡାକଡି ଭାଵରେ ପାଳନ କରାଯାଇଥିଲା। ଏହି ଗୋ ସେଵା କାର୍ଯ୍ୟ କୁ ସଂଘ ର ସଭାପତି ଜ୍ୟୋତି ରାଜ ମହାନ୍ତି, ଉପ ସଭାପତି ଭାଗିରଥି ସ୍ଵାଇଁ, ସଂପାଦକ ମନୋରଞ୍ଜନ ପଣ୍ଡା, ପ୍ରଦୀପ କୁମାର ଛାଟୋଇ, ସୁକାନ୍ତ କୁମାର ବିଶ୍ବାଳ,ଗଣେଶ ଚନ୍ଦ୍ର ଵେହେରା, ପ୍ରମୋଦ ଗୋଛାୟତ, ନିର୍ମଳ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ଚାନ୍ଦ,ସାମାଜିକ କର୍ମୀ ବଳରାମ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଲକ ଡାଉନ ଅବଧି ପର୍ଯ୍ୟନ୍ତ ଏହି ଗୋ ସେଵା କାର୍ଯ୍ୟ ଅବ୍ୟାହତ ରହିବ ବୋଲି ସଂଘ ର ସଭାପତି ଜ୍ୟୋତି ରାଜ ମହାନ୍ତି ପ୍ରକାଶ କରିଛନ୍ତି।