ବୁଲ୍‌ବୁଲ୍ ପ୍ରଭାବ ଭୁଷୁଡିଲା ଚାଳଘର

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମର କୌଶଲ୍ୟା ଯେନାଙ୍କର ଦୁଇ ବଖରା ଘର ବାତ୍ୟା ବୁଲ୍‌ବୁଲ୍‌ରେ ଭୁଷୁଡି ପଡିଥିବାର ଦେଖାଯାଇଛି । ଫଳରେ ପରିବାରର ୭ ପ୍ରାଣୀ କୁଟୁମ୍ବ ଏବେ ମୁଣ୍ଡ ଗୁଞ୍ଜିବା ପାଇଁ କଷ୍ଟକର ହୋଇପଡିଛି । ପ୍ରକାଶ ଯେ, ଗତ ବୁଲ୍‌ବୁଲ୍ ବାତ୍ୟାରେ କୌଶଲ୍ୟାଙ୍କର ଦୁଇ ବଖରା ଚାଳ ଛପର ଘରର କାନ୍ଥ ଭାଂଗି ଭୁଷୁଡି ପଡିଛି । ୩ ଦିନ ହେବ ସ୍ୱାମୀ ପରରିତ୍ୟକ୍ତା କୌଶଲ୍ୟା ୬ ପିଲାଙ୍କୁ ଧରି ବଡ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଦୈନନ୍ଦିନ ପରର ମୂଲ ଲାଗି ନିଜର ପିଲାଙ୍କୁ ପୋଷୁଥିବା ବେଳେ ଉକ୍ତ ଚାଳ ଛପର ଘରେ ରହିଆସୁଥିଲେ । ଉକ୍ତ ଘରଟି ଏବେ ଭୁଷୁଡି ପଡିବା ଫଳରେ ସେମାନଙ୍କ ରହିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ପ୍ରଶାସନ ତଦନ୍ତ କରି ଉକ୍ତ ପରିବାରକୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ