ବୃଦ୍ଧଙ୍କ ଅସ୍ୱାଭାବିକ ମୃତ୍ୟୁ

ହିଞ୍ଜିଳିକାଟୁ, (ୱାଇଏନଏସ):ସୋମାବାର ସକାଳ ପ୍ରାୟ ସାଢେ ୧୦ଟାରେ ଜଣେ ବୃଦ୍ଧଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତକ ଜଣକ ଶେରଗଡ଼ ଥାନା ମାରୁଡ଼ି ଜଗନ୍ନାଥପୁର ଗ୍ରାମର କୁଞ୍ଜ ବିହାରୀ ଷଡ଼ଙ୍ଗି (୭୨) । ପ୍ରକାଶ ଯେ, ବୃଦ୍ଧ ଜଣକ କୌଣସି କାମରେ ସାଇକେଲ ଯୋଗେ ଗ୍ରାମରୁ ରାମଚନ୍ଦ୍ରପୁର ଗ୍ରାମକୁ ଯାଇ ଫେରୁଥିବା ସମୟରେ ସ୍ଥାନୀୟ ଥାନା ବୁରୁପୋଡ଼ା ଗ୍ରାମ ଛକ ନିକଟରେ ସାଇକେଲରୁ ଖସିପଡ଼ିଥିଲେ । ସ୍ଥାନୀୟ ଗ୍ରାମାବାସୀ ଚେତାଶୂନ୍ୟ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିଛି । ଏ ନେଇ ଥାନାରେ ନଂ-୧୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ