କନ୍ଧ ଗଉଡ଼ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଦାନ କଲେ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଆଜି କନ୍ଧ ଗଉଡ଼ ସମାଜ ଫିରିଙ୍ଗିଆ,କନ୍ଧମାଳ ସଭାପତି ପ୍ରେମାନନ୍ଦ ମାଝୀ ଙ୍କ ନେତୃତ୍ୱରେ କୋଭିଡ-୧୯ ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରିଲିଫ ଫଣ୍ଡ କୁ କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ୫,୫୫୫ ଟଙ୍କା ଦାନ କରିଥିଲେ।ଏହି ସମାଜ କୋଭିଡ-୧୯ ର ମୁକାବିଲା ପାଇଁ ବିଭିନ୍ନ ସମୟରେ ସାରଙ୍ଗଡ ,ମଣି ପଦର ,ବନ୍ଧଗଡ଼ ଭଳି ବିଭିନ୍ନ ଗ୍ରାମ ରେ ମାସ୍କ,ସାବୁନ ବାଣ୍ଟି ସଚେତନତା କାର୍ଯ୍ୟକ୍ରମ କରିଥିଲେ ।ଆଜି ସମସ୍ତ କର୍ମକର୍ତ୍ତା, କାର୍ଯ୍ୟ କାରୀ ସଭାପତି ଦେବେଶ୍ୱର ମାଝୀ, ଉପସଭାପତି ପ୍ରଦୀପ ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀ ,ସମ୍ପାଦିକା କୁମୁଦିନୀ ବେହେରା, ଉର୍ମିଳା ମାଝୀ ଏବଂ ଏହି ସମାଜ ର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ବେହେରା ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ