ବୃଦ୍ଧଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ଜଣେ ବୃଦ୍ଧ ମଙ୍ଗଳବାର ଅପରାହ୍ନରେ ଆତ୍ମହତ୍ୟା କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଏସ. ଦେବରାଜ (୫୨) । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ କିଛି ଦିନ ଧରି ପାରିବାରିକ ଅଶାନ୍ତି ଲାଗିଥିଲା । ଗତ କିଛି ଦିନ ପୂର୍ବରୁ ବୃଦ୍ଧଙ୍କ ସ୍ତ୍ରୀ, ବାପା ଘରକୁ ଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଯୁବକ ଘରଛାତ ଦୁଲାରେ ରଶି ଲାଗାଇ ଆତ୍ମହତ୍ୟା କରିଥିଲା । ସାହି ପଡ଼ୋଶୀଙ୍କ ଠାରୁ ଖବର ପାଇ ସ୍ତ୍ରୀ ଘରେ ପଂହଚି ହିଞ୍ଜିଳି ଥାନାକୁ ଖବର ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ