ବେଆଇନ ମୋରମ ଚାଲାଣ ୨ ଟ୍ରାକ୍ଟରରୁ ୧୪ ହଜାର ଜୋରିମାନା ଆଦାୟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଲିଜ୍ ହୋଇନଥିବା ବିଭିନ୍ନ ନଦୀରୁ ବାଲି ଓ ପାହାଡ଼ରୁ ମାଫିଆ ମାନେ ରାତି ଅଧିଆ ପଥର ଓ ମୋରମ ଚୋରା ଚାଲାଣ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏପରିକି ଗତ ୨୧ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ଥାନା କୋଳିଦାସପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି ବାଲି ମାପିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ କିଛି ଦୁବୃର୍ତ ନଦୀ ନିକଟରେ ଥିବା ୨ଟି ବାଇକ୍‌, ୩ଟି ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟରକୁ ନିଆଁ ଲଗାଇ ପୋଡ଼ିଦେବା ସହ ଏକ ଜେସିବି ମେସିନକୁ ଭାଙ୍ଗି ଦେଇଥିଲେ ।ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଗ୍ରାମର ୫ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା । ବିନା କାରଣରେ ଗ୍ରାମର ୫ ଜଣଙ୍କୁ ଥାନାକୁ ନୋବାକୁ କେନ୍ଦ୍ର କରି ଗ୍ରାମବାସୀ ହିଞ୍ଜିଳି ଥାନା ଘେରାଉ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଥିଲା । ପରେ ଏ ନେଇ ରାଜନୈତିକ ବିବାଦ ଉପୁଜିଥିଲା । କିଛି ଦିନର ନିରବତା ପରେ ମାଫିଆ ମାନେ ପୁଣିଥଲେ ଚୋରା କାରବାର ଚଲାଇଛନ୍ତି । ଶନିବାର ଭୋରରେ ସ୍ଥାନୀୟ ବ୍ଳକ ସାହାପୁର ପାହାଡ଼ରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ କରୁଥିବା ବେଳେ ଖବର ପାଇ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ରାଜସ୍ୱ କର୍ମଚାରୀ ଘଟଣା ସ୍ଥଳରେ ପଂହଚି ମୋରମ ଚାଲାଣ କରୁଥିବା ୨ଟ୍ରାକ୍ଟରକୁ ଜବତ କରିଥିଲେ । ଜବତ ଟ୍ରାକ୍ଟରରୁ ୧୪ ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଚଡାଉରେ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନଙ୍କ ସମେତ ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ପାଣିଗ୍ରାହୀ, ଅମିନ ନିଳମଣି ମହାନ୍ତି, ନିରଞ୍ଜନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବେଆଇନ ଭାବେ ବାଲି, ମାଟି, ପଥର ଓ ମୋରମ ଚୋରା ଚାଲାଣ କରୁଥିବା ଗାଡ଼ି ଗୁଡ଼ିକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତିରିକ୍ତ ତହସିଲଦାର ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ