ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବଦାଙ୍ଗି ଓ ରଣ୍ଡଗାଡିଆ ରାସ୍ତାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ (୫୫) ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ବୃଦ୍ଧଙ୍କ ପରିଚୟ ବ୍ରାହ୍ମଣ ପଦର ଗ୍ରାମର ସୋମନାଥ ନାୟକ (୫୫ ) ବୋଲି ଜଣାପଡିଛି । କିଛି ବାଟୋଇ ସେହି ରାସ୍ତାଦେଇ ଯାଉଥିବା ସମୟରେ ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ଭଞ୍ଜନଗର ମେଡିକାଲକୁ ପୋଷ୍ଟମୋର୍ଟମ ପାଇଁ ପଠାଇଥିବା ଜଣାପଡିଛି । ଗଛତଳେ କିଛି ମଦ ବୋତଲ ପଡିଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ