ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର
କୋଣାର୍କ, (ଗଣେଷ ବେହେରା):କୋଣାର୍କ ଥାନା ଅଧୀନସ୍ଥ ରାଉଳପାଟଣା ଗ୍ରାମର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରୁ କୋଣାର୍କ ପୋଲିସ ଏକ ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧୀନସ୍ଥ ରାଉଳପାଟଣା ଗ୍ରାମର ଯୋଗେନ୍ଦ୍ର ମହାରଣା ୭୩ବର୍ଷ ଦୀର୍ଘଦିନ ଧରି କିଡନି ରୋଗରେ ପୀଡିତ ହୋଇ ଘରେ ଅବସ୍ଥାନ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରୁ ପଳାଇ ଆସି ନିଜ ଗ୍ରାମର ହାଇସ୍କୁଲ ପରିସରରେ ଥିବା ଏକ ବରଗଛ ଡାଳରେ ରଶି ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ଗ୍ରାମର ଜନସାଧାରଣ କୋଣାର୍କ ପୋଲିସ କୁ ଖବର ଦେଇଥିଲେ। କୋଣାର୍କ ଥାନା ଏଏସଆଇ ସୁବ୍ରତ ଦାଶ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରାଉଳପାଟଣା ଗ୍ରାମର ହାଇସ୍କୁଲ ପରିସରରେ ଥିବା ବରଗଛ ଡାଳରୁ ଝୂଲନ୍ତା ଅବସ୍ଥାରେ ବୃଦ୍ଧ ଯୋଗେନ୍ଦ୍ର ଙ୍କ ଶବ ଉଦ୍ଧାର ଜବତ ପୂର୍ବକ ବ୍ଯବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି ଏଏସଆଇ ସୁବ୍ରତ ଦାଶ ପ୍ରକାଶ କରିଛନ୍ତି। ଏ ନେଇ କୋଣାର୍କ ଥାନା ପକ୍ଷରୁ ୨୦/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।