ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗ୍ରାମ ଦେବତୀ ମନ୍ଦିର ନିକଟରୁ ସୋମବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପ୍ରାୟ ୬୫ ବର୍ଷ ହୋଇଥିବା ବେଳେ ପରିଚୟ ମିଳିପାରିନାହିଁ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ବୈକୁଣ୍ଠନାଥ ଜେନା କହିଛନ୍ତି। ଶବ ବ୍ୟବଚ୍ଛଦ ପଛରେ ମୃତକଙ୍କ ପରିଚୟ ମିଳିନଥିବାରୁ ମୃତଦେହକୁ ସଂରକ୍ଷିତ ରଖାଯାଇଛି। ମୃତ ବୃଦ୍ଧ ଜଣଙ୍କ ଗତ ପ୍ରାୟ ୧ ମାସ ଧରି ସଂପୃକ୍ତ ଗ୍ରାମରେ ଭିକ୍ଷା ବୃତ୍ତି କରୁଥିବା ବେଳେ ବିକୃତ ମସ୍ତିସ୍କ ରହିଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ପ୍ରକାଶ ଯେ, ବୃଦ୍ଧ ଜଣଙ୍କ ଗତ ପ୍ରାୟ ୧ ମାସ ଧରି ଖରିଡା ଗ୍ରାମରେ ଭିକ୍ଷା ବୃତ୍ତି କରି ଚଳୁଥିଲେ। ସୋମବାର ସକାଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗ୍ରାମ ଦେବତୀ ମନ୍ଦିର ନିକଟରେ ବୃଦ୍ଧ ଜଣଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ।