ବୃଦ୍ଧଙ୍କ ମୃତ୍ୟୁକୁ ନେଇ ପରିବାର ହନ୍ତସନ୍ତ
ଜଗତସିଂହପୁର, (ଅନସୂୟା ରାଉତ) :-ବାଲିକୁଦା ଥାନା ଅର୍ନ୍ତଗତ ଅରିଲୋ ପଞ୍ଚାୟତର ଅମଣିଆ ପାଟଣା ଗ୍ରାମର ସନନ୍ଦ ସାହୁ ୮୬ବର୍ଷର ବୃଦ୍ଧ ଅସୁସ୍ଥ ହୋଇ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ର 108ଯୋଗେ ଯାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ସମୟରେ ସେ ମୃତ୍ୟୁବରଣ କରିଥିବା ଡାକ୍ତର କହିଥିଲେ । ଜଗତସିଂହପୁର ପୋଲିସ ସେଠାରେ ପହଞ୍ଚି ସାହୁଙ୍କ ମୃତ୍ୟୁବରଣର କାରଣ ଜାଣିବାକୁ ଚାହିଁଥିଲା । ଶେଷରେ ବିଭିନ୍ନ ପ୍ରକାର ତଦନ୍ତ ଆରମ୍ଭ କରିଥିଲା । ପାରିପାର୍ଶ୍ବିକ ତଦନ୍ତ ପରେ ଏହା ଏକ ଅପମୃତ୍ୟୁ ଘଟଣା କହି କେସ୍ ରୁଜୁ କରିଥିଲା । ପରେ ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା । ଆଜି ଏହି ଘଟଣା ପରିବାର ଓ ଜ୍ଞାତି କୁଟୁମ୍ବ ମାନଙ୍କ ହୃଦୟକୁ ଅନେକ କଷ୍ଟ ଦେଇଥିବାର ଅଭିଯୋଗ ହୋଇଥିଲା ।


