ଗଡିଶିଲା ଘାଟି ରେ ଓଲଟିଲା  ସିମେଣ୍ଟ ବୋଝେଇ ଟ୍ରକ୍

ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଗଡିଶିଲା ଘାଟି ରେ ମଙ୍ଗଳାବର  ସକାଳ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିଥିଲା । ଘାଟି ର ବୁଲାନି ରାସ୍ତା ରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି ।  ରାସ୍ତା ଉପରେ ଟ୍ରକ୍ ଟି ଓଲଟିବା ସହ ସିମେଣ୍ଟ ବିଛେଇ ହୋଇ ପଡ଼ି ରହିବାରୁ କିଛି ସମୟ ଯାନ ବା ଚଳା ଚଳ ବନ୍ଦ ରହିଥିଲା । ରାଇକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ