ବୃଦ୍ଧାଙ୍କ ଆବାସ ଯୋଜନା ଅର୍ଥ ହଡପ ଅଭିଯୋଗ ଥାନାରେ ଏତେଲା

ନବରଙ୍ଗପୁର,(ୱା ଏନ ଏସ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପାତ୍ରି ପଞ୍ଚାୟତ ଅନ୍ତର୍ଗତ ଜାନି ଗୁଡା ଗ୍ରାମ ର ଜଣେ ୭୦ ବର୍ଷ ର ବୃଦ୍ଧା ମହିଳା ଙ୍କ ଆବାସ ଯୋଜନା ଅର୍ଥ କୁ ତିନି ଜଣ ବ୍ୟକ୍ତି ଆଙ୍ଗୁଠି ଛାପ ନେଇ ଏଇପିଏସ ମାଧ୍ୟମରେ ହଡପ କରିଥିବା ଅଭିଯୋଗ । ପାତ୍ରୀ ପଞ୍ଚାୟତର ଜାନି ଗୁଡା ଗାଁର ତୁଳସା ଜାନି (୭୦) ଏହାକୁ ନେଇ ଡାବୁ ଗାଁ ଥାନା ରେ ଏତେଲା ଦେଇଛନ୍ତି । ସୂଚନା ଅନୁଯାୟୀ ପାତ୍ରିି ପଞ୍ଚାୟତ ଅନ୍ତର୍ଗତ ଜାନିଗୁଡା ଗ୍ରାମ ର ବିଧବା ମହିଳା ତୁଳସା ଜାନି (୭୦) ଙ୍କ ନାମରେ ଏକ ଆବାସ ଗୃହ ଆସି ଗୃହ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହେବାକୁ ବସିଛି। ଆବାସ ଯୋଜନା ର ଅର୍ଥ ରାଶି ବିଧବା ମହିଳା ଙ୍କ ଜଟାବାଲ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ଆକାଉଣ୍ଟ ରହିଥିବା ବେଳେ ଗତ ଜୁଲାଇ ୧୯ ତାରିଖ ରେ ଆବାସ ଯୋଜନା ଅର୍ଥ ୩୦ ହଜାର ଟଙ୍କା ଜମା ହୋଇଥିଲା।ଏହା ସହ ପୂର୍ବରୁ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ମଧ୍ୟ ରହିଥିଲା। ତୁଳସା ଜାନି ଅଶିକ୍ଷିତ ହୋଇଥିବାରୁ ଆବାସ ଯୋଜନା ଅର୍ଥ ଜମା ହୋଇଛି କି ନାହିଁ ଜାଣି ପାରି ନ ଥିଲେ। ତେବେ ସେହି ପାତ୍ରିି ପଞ୍ଚାୟତ ର ଜଗନ୍ନାଥ ଲେଙ୍କା, ଡାଳବନ୍ଧୁ ଜାନି ଓ ରୁଣା ଭତରା ବିଧବା ମହିଳା ତୁଳସା ଜାନି ଙ୍କ ଘର କୁ ଯାଇ ତାଙ୍କ ଏଇପିଏସ ମାଧ୍ୟମରେ ଆଙ୍ଗୁଠି ଛାପ ନେଇ ଟଙ୍କା ଜମା ହୋଇଥିବା ନେଇ ତଦନ୍ତ କରିଥିଲେ। ଅଶିକ୍ଷିତ ଓ ଅଜ୍ଞତା ର ଫାଇଦା ଉଠାଇ ବିଧବା ତୁଳସା ଜାନି ଙ୍କ ବ୍ୟାଙ୍କ୍ ଖାତାରେ ଥିବା ୩୦ ହଜାର ରୁ ଉର୍ଦ୍ଧ ଟଙ୍କା ଉଠାଣ କରିଥିଲେ। ଏ ନେଇ ଜଟା ବାଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଇ ତୁଳସା ଜାନି ଙ୍କ ବ୍ୟାଙ୍କ ଷ୍ଟେଟ ମେଣ୍ଟ ବାହାର କରିବାପରେ ଏ ଇ ପି ଏସ ମାଧ୍ୟମରେ ଆଙ୍ଗୁଠି ଛାପ ନେଇ ତୁଳସା ଜାନି ଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠା ଯାଇଥିବା ଜଣା ପଡ଼ିଥିଲା। ତୁଳସା ଜାନି ଙ୍କ ଆବାସ ଟଙ୍କା ଗତ ଜୁଲାଇ ମାସରେ ଜମା ହୋଇଥିବାରୁ ଏହି ୪ ମାସ ମଧ୍ୟରେ ପାତ୍ରି ପଞ୍ଚାୟତ ର ତିନି ଜଣ ଆଙ୍ଗୁଠି ଛାପ ନେଇଥିବାରୁ ବୃଦ୍ଧା ବିଧବା ମହିଳା ଡାଳବନ୍ଧୁ ଜାନି,ଜଗନ୍ନାଥ ଲେଙ୍କା ଓ ରୁଣା ଭତରା ଙ୍କୁ ଆବାସ ଯୋଜନା ଅର୍ଥ ଫେରାଇ ବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ନ ଶୁଣିବାରୁ ଶେଷରେ ତିନି ଜଣଙ୍କ ବିରୋଧରେ ଆବାସ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଜଣକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ