ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରାକୃତିକ ଚିକିତ୍ସା ଓ ଯୋଗ ଶିବିର ଅନୁଷ୍ଠିତ
ବଡ଼ସାହି,(ନିରଞ୍ଜନ ମହାନ୍ତ):ଉତ୍ତର ଓଡିଶାର ସୁ ପ୍ରସିଦ୍ଧ ହରିହର ପୀଠ ବାବା କଖାରୁଆ ବୈଦ୍ୟ ନାଥ ମନ୍ଦିର ପରିସରରେ ଥିବା ଜଗନ୍ନାଥ ନାଟ ମଣ୍ଡପ ପରିସରରେ ଇଣ୍ଟର ନ୍ୟାସନାଲ ନେଚରପ୍ୟାଥି ଅର୍ଗା ନାଇଜେସନ, ଜାତୀୟ ପ୍ରାକୃତିକ ଚିକିତ୍ସା ସଂସ୍ଥାନ ଆନୁକୂଲ୍ୟରେ ମାଣତ୍ରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀଙ୍କ ସହଯୋଗରେ “ବୃଦ୍ଧାବସ୍ଥାରେ ପ୍ରାକୃତିକ ଚିକିତ୍ସା ଓ ଯୋଗ ଶିବିର” ଭାରତୀୟ ରେଡ଼କ୍ରସ ସୋସାଇଟିର ଭାଇସ ପେଟ୍ରୋନ ତଥା ଓଡିଶା ଷ୍ଟେଟ ଜୁନିୟର ରେଡକ୍ରସର ସିନିୟର ରିଶୋର୍ସପାର୍ଶନ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ଵରେ ଏବଂ ଶ୍ରୀମତୀ ସୁରଭି ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ପ୍ରାକୃତିକ ଚିକିତ୍ସିକ ଭାସ୍କର ଚିକିତ୍ସକ ଚନ୍ଦ୍ରଦୁର୍ଗା ମୁଖ୍ୟ ଅତିଥି ଭାବରେ,ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଲୟ ଦ୍ୱାରା ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ଦୂତ ଶିଶିର କୁମାର ନାୟକ ବିଶିଷ୍ଟ ଅତିଥି ଭାବରେ, ମାଣତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ପରିଷଦ “କବି ସଙ୍ଗମ”ର ସଭାପତି ବାସୁଦେବ ନାପିତ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ପ୍ରଧାନ, ପ୍ରାକ୍ତନ ବିଦ୍ୟାଳୟ ପରିଦର୍ଶକ ଦୁର୍ଯୋଧନ ସିଂ, ସାମ୍ବାଦିକ ଗତିକୃଷ୍ଣ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ,ମାଣତ୍ରୀ ଡାକ୍ତରଖାନାରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତି ପ୍ରାପ୍ତ ଯୋଗ ଡାକ୍ତରାଣୀ ସୁଜିତା ମହାନ୍ତି ମୁଖ୍ୟ ବକ୍ତା ଏବଂ ଯୋଗ ଶିକ୍ଷୟିତ୍ରୀ ସୁରଭି ପାଣି ବିଶିଷ୍ଟ ବକ୍ତା ଭାବରେ ଯୋଗ ଦାନ କରି ନିଜ ଭିତରେ ଥିବା ରୋଗ ପ୍ରତିଷେଧକ ଶକ୍ତି କିପରି ବିକାଶ କରାଯାଇ ପାରିବ ତାହାର ଅତି ସହଜ କୌଶଳ ଏବଂ ପ୍ରାକୃତିକ ଚିକିତ୍ସା ଓ ଯୋଗଦ୍ୱାରା କିପରି ନିଜ କୁ ସୁସ୍ଥ ସବଳ ନିରୋଗ ରଖି ପାରିବେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରିଥିଲେ l ଏ ଭଳି ଏକ ଉଚ୍ଚ କୋଟୀର କାର୍ଯ୍ୟକ୍ରମକୁ ମନ୍ଦିରର ପରିଛା ପ୍ରଦୀପ କୁମାର ପଣ୍ଡା,ପ୍ରାକ୍ତନ କ୍ରୀଡା ଶିକ୍ଷକ ଲକ୍ଷ୍ମୀ ଧର ନାୟକ,ପଣ୍ଡିତ ପିତାମ୍ବର ମିଶ୍ର ଉଚ୍ଚ ପ୍ରଶଂସା କରିଥିଲେ l ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ କର l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ବେଛାସେବୀ ବାବୁଲା ପଣ୍ଡା,ହରିଶଚନ୍ଦ୍ର ମହାନ୍ତ,ମାଣତ୍ରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ l