ବୃଦ୍ଧ ପିତାମାତାଙ୍କୁ ମାଡମାରି ଘରୁ ତଡିଦେଲା ପୁଅ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବୃଦ୍ଧ ପିତାମାତାଙ୍କୁ ମାଡମାରି ଘରୁ ତଡିଦେଇଛି ପୁଅ । ସଦର ଥାନାରେ ଅଭିଯୋଗ ପରେବି ପୋଲିସ ଚୁପହୋଇ ବସିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ବିରସ୍ୱତୀ ଗ୍ରାମର ଦୟାନିଧି ନାଥଙ୍କ ପତ୍ନୀ ମାତା ନାଥ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ବିରସ୍ୱତୀ ମୈାଜାରେ ସେ ତାଙ୍କ ବାପାଙ୍କ ନିକଟରୁ ୱାରସ ସୁତ୍ରରେ ପାଇଥିବାଜମି ଉପରେ ତାଙ୍କ ସ୍ୱାମୀ ଦୟାନିଧି ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଏକ ଘର ରହିଛି । ସେହି ଘରେ ତାଙ୍କ ପରିବାର ରହୁଥିବା ବେଳେ ତାଙ୍କ ପୁଅ ହେମନ୍ତ ନାଥ ଓ ବୋହୁ ଝିଲି ନାଥ ତାଙ୍କୁ ଓ ତାଙ୍କ ସ୍ୱାମୀ ଦୟାନିଧିଙ୍କୁ ଭରଣପୋଷଣ କରିବା ପରିବର୍ତ୍ତେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଘରୁ ବାଡେଇ ବାହାର କରିଦେଇଛନ୍ତି । ଦୀର୍ଘ ୨ମାସ ହେବ ମାତା ନାଥ ଓ ତାଙ୍କ ସ୍ୱାମୀ ଦୟାନିଧି ପରିଣତ ବୟସରେ ଖୋଲା ଆକାଶ ତଳେ ଖରା ବର୍ଷାରେ ଦିନକାଟୁଛନ୍ତି । କେନ୍ଦ୍ରାପଡା ସଦର ଥାନାରେ ଏସମ୍ପର୍କରେ ମାତା ନାଥ ଲିଖିତ ଅଭିଯୋଗ କରିଥିଲେବି ପୋଲିସ କୈାଣସି ପଦକ୍ଷେପ ନେଇନଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗପତ୍ରଟି ପଠାଇ ଦେଇଥିବା ଜଣାପଡିଛି । ପୁଅକୁ ଛୋଟରୁ ବଡ କରି ପାଳିପୋଷି ମଣିଷ କରିଥିବା ପୁଅ ଆଜି ବାହାହେବା ପରେ ପରିଣତ ବୟସରେ ବାପା,ମାଙ୍କୁ ଗାଳିଗୁଲଜକରି ମାଡମାରି ଘରୁତଡିଦେବା ଘଟଣା ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ଚୁପହୋଇ ବସିଯିବା ମାନବିକତା ଓ ମୁଲ୍ୟବୋଧକୁ ଭୁଲିଯାଇଥିବା ଭଳି ମନେହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ