ଜମି ଦଲିଲ କରେଇନେବାକୁ ପୁଅର ଉଦ୍ୟମ : ପ୍ରତିବାଦ କରିବାରୁ ପିତାମାତାଙ୍କୁ ମାଡ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଦୀର୍ଘ ୨୦ବର୍ଷ ଧରି ଭିନ୍ନେ ହୋଇ ଅଲଗା ଚଳୁଥିବା ବୃଦ୍ଧ ପିତାମାତାଙ୍କ ଠାରୁ ଯୋରଜବରଦସ୍ତି ଭାବରେ ସମ୍ପତିକୁ ଦଲିଲ କରିନେବାକୁ ଏକମାତ୍ର ପୁତ୍ର ଉଦ୍ୟମ କରି ଅସଫଳ ହେବାରୁ ବୃଦ୍ଧ ପିତାମାତାଙ୍କୁ ମାଡମାରିଥିବା ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଡେରାବିଶି ଥାନା ଅନ୍ତର୍ଗତ ମନ୍ତ୍ରୀପଡା ଗ୍ରାମର ୮୫ବର୍ଷ ବୟସର ବୃଦ୍ଧ ନିଶାମଣୀ ସାମଲଙ୍କ ପୁଅ ନରେନ୍ଦ୍ର ସାମଲ ଏବଂ ତାଙ୍କ ପତ୍ନୀ ରେବତୀ ସାମଲ(୭୫) ଦୀର୍ଘ ୨୦ବର୍ଷ ହେବ ତାଙ୍କର ଏକମାତ୍ର ପୁତ୍ର ଅଜୟ ସାମଲ(୪୫)ଙ୍କ ଠାରୁ ଭିନ୍ନେ ହୋଇ ଅଲଗା ବାସ କରିଆସୁଥିଲେ । କିନ୍ତୁ ଗତ ଗୁରୁବାର ପୁଅ ଅଜୟ ବୃଦ୍ଧ ପିତାମାତାଙ୍କୁ ଯୋରଜବରଦସ୍ତି ଘରୁ ଆଣି କେନ୍ଦ୍ରାପଡା ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ପହଁଚାଇ ସେମାନଙ୍କ ଠାରୁ ସମସ୍ତ ସମ୍ପତ୍ତି ବୀକ୍ରୟ ଦଲୀଲ କରିନେବାକୁ ଉଦ୍ୟମ କରିଥିଲେ । ଖବର ପାଇ ନରେନ୍ଦ୍ରଙ୍କ ବିବାହିତା ଝିଅ ପ୍ରଭାତୀ ସାମଲ ସେଠାରେ ପହଁଚି ଘଟଣା ସମ୍ପର୍କରେ ପିତାମାତାଙ୍କ ଠାରୁ ସମସ୍ତ ଘଟଣା ବୁଝିଥିଲେ ଏବଂ ସେମାନଙ୍କ ଇଛା ବିରୋଧରେ ପୁଅ ଅଜୟ ଏଭଳି କରୁଥିବା ସମ୍ପର୍କରେ ଝିଅକୁ କହିଥିଲେ । ଝିଅ ପ୍ରଭାତୀକୁ ପାଖରେ ପାଇ ପିତାମାତା ଅଜୟ କଥାରେ ଏଭଳି କରିପାରିବେନି ରୋକଠୋକ ମନାକରିଦେବାରୁ ଅଜୟ ତା’ର ବାପାଙ୍କୁ ଠେଲିଦେଇ ମା’ର ତଂଟିକୁ ଚିପି ଦେଇଥିବା ଅଭିଯୋଗ କରିଛନ୍ତି । ବାପା ଓ ମା’ଙ୍କୁ ମାଡମାରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ ଇଛାପୁରର ଏକ ଅଟୋଚାଳକ ଘରେ ଗତକାଲି ରାତିରେ ରହିଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଷୟ ଅବଗତ ହୋଇ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ