ବୃଦ୍ଧ, ବୃଦ୍ଧା ବିଧବାଙ୍କୁ ମିଳୁନି ଭତ୍ତା, ସମାଜିକ ସୁରକ୍ଷା ଯୋଜନା କାହାପାଇଁ
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବୃଦ୍ଧ, ବୃଦ୍ଧା, ବିଦ୍ଧବା ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମେିଲ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁକରିଛନ୍ତି । ୬୦ବର୍ଷରୁ ଉର୍ଦ୍ଧ ଗରବି ବୃଦ୍ଧ, ବୃଦ୍ଧା, ନିରାଶ୍ରୟ ମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ ରଖିଥିବାବେଳେ ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ଅନେକ ଅଯୋଗ୍ୟ ବ୍ୟକ୍ତି ଭତ୍ତା ହାତେଇପାରିଥିବାବେଳେ ଅନେକ ଗରିବ ଗୁରୁବା ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପଢ଼ିଆରିପଲ୍ଲୀ ପଞ୍ଚାୟତ ଦନେଇପୁର ଗ୍ରାମର ଶ୍ରୀଧର ବିଶ୍ୱାଳ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ଓ ଦିନ ମଜୁରିଆ । ସେ ଜଣେ ଭୁମୀହୀନ ପରିବାର ମଧ୍ୟ । ସେ ଏବେ ୬୯ବର୍ଷରେ ପାଦ ଥାପିଥିବାବେଳେ ପୁର୍ବଭଳି ଆଉ କାମଦାମ କରିପାରୁ ନାହାନ୍ତି । ଫଳରେ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି । ସେ ଭତ୍ତା ଯୋଜନାରେ ସାମିଲ ହେବାପାଇଁ ବାରମ୍ବାର ଆବେଦନ କରି ଆସୁôତଲେବି ତାଙ୍କ ଆବେଦନ ଫର୍ମ କେଉଁଆଡେ ଗାଏବ ହୋଇଯାଉଛି । ସେ ଏନେଇ ଅନେକବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକକୁ ଦୌଡୁଥିଲେ ମଧ୍ୟ କେହି ତାଙ୍କ ଦୁôଃଖ ବୁଝୁ ନାହାନ୍ତି ବୋଲି କହିଛନ୍ତି । ସେହିପରି ସେହି ଗ୍ରାମର କମଳା ଦେହୁରୀ ୭୨ବର୍ଷରେ ପାଦ ଥାପିଥିବାବେଳେ ସେ ଜଣେ ରୋଗୀଣା ମହିଳା । ଠିକ ଭାବରେ ବାଟ ଚାଲି ପାରୁ ନାହାନ୍ତି । ସେ ଭତ୍ତା କଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମର ଚଞ୍ଚଳା ପାତ୍ର ଜଣେ ବିଧବା ମହିଳା । ତାଙ୍କ ସ୍ୱାମୀ ଲକ୍ଷ୍ମୀଧର ପାତ୍ର ଆଜକୁ ତିନିବର୍ଷ ହେଲା ମୃତ୍ୟୁବରଣ କଲେଣି । ସେ ଏବେ ରୋଗାକ୍ରାନ୍ତ ହୋଇ ଘରେ ପଡିରହିଛନ୍ତି । ଭତ୍ତା ଖଣ୍ଡେ ପାଇଁ ବାର ଦୁଆର ହେଉଥିଲେବି କେହି ତାଙ୍କ ଦୁଃଖ ବୁଝୁ ନଥିବା ସେ ଅଭିଯୋଗ କରିଛନ୍ତି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଅସହାୟ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇ ଭତ୍ତା ଯୋଗାଇ ଦୋବକୁ ସେମାନେ ନିବେଦନ କରିଚନ୍ତି ।