ବେଆଇନ କରତକଳ ଉପରେ ଜଙ୍ଗଲ ବିଭାଗର ଚଢ଼ାଉ;କାଠ ଓ କରତ କଳ ଯନ୍ତ୍ରାଂଶ ଜବତ
ଖଲ୍ଲିକୋଟ, (ସିଲୁ ବିଶ୍ୱାଳ): ଦୀର୍ଘ ଦିନ ଧରି ଖଲ୍ଲିକୋଟ ବନାଞ୍ଚଳରେ ବେଆଇନ ଭାବେ କାଠ ମାଫିଆମାନେ ଘଞ୍ଚ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ କାଟି ବେଆଇନ କରତ କଳ ରେ ସାଇଜ କାଠ ସବୁ ଖଲ୍ଲିକୋଟ ଓ ଖଲ୍ଲିକୋଟ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେବା ପରେ ଗତ କିଛି ଦିନ ହେଲା ଜଙ୍ଗଲ ବିଭାଗର କର୍ମକର୍ତ୍ତାମାନେ ବିଭିନ୍ନ କରତ କଳ ଉପରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କା ର କାଠ ଜବତ କରିବା ଫଳରେ କାଠ ମାଫିଆଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି l ଦକ୍ଷିଣାଞ୍ଚଳ ବନ ଖଣ୍ଡ ର ଡିଏଫଓ ଅମ୍ଲାନ କୁମାର ନାୟକ ନିର୍ଦ୍ଦେଶ କ୍ରମେ ଓ ଜଙ୍ଗଲ ବିଭାଗ ଗୁଇନ୍ଦା ରିପୋର୍ଟ କୁ ଆଧାର କରି ଗୁରୁବାରଦିନ ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ ରମ୍ଭା ନିକଟବର୍ତୀ ଜାତୀୟ ରାଜପଥ କଡରେ ଥିବା ଲୋଟପୁର ଠାରେ ଥିବା ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରି ପ୍ରାୟ ୩୩ ଘନ ଫୁଟ କାଠ ଯାହାର କି ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ମୂଲ୍ୟବାନ କାଠ ଓ କରତ କଳର ଯନ୍ତ୍ରାଂଶ ଜବତ କରିଥିଲେ l ସେହିପରି ଖଲ୍ଲିକୋଟ ସହର ର ଶବର କଲୋନୀ ଠାରେ ଥିବା ଲକ୍ଷ୍ମୀ ଟ୍ରେଡ଼ର୍ସ ଫର୍ନିଚର ସେଣ୍ଟର ଉପରେ ଚଢ଼ାଉ କରି ଜଙ୍ଗଲ ବିଭାଗ ର ବିନା ଅନୁମୋଦନରେ ମାତ୍ରାଧିକ ପରିମାଣ ର ବେଆଇନ ଶାଗୁଆନ କାଠ ଯାହାର କି ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ର ମୂଲ୍ୟବାନ କାଠ କୁ ଜବତ କରିଥିବା ଜଣାପଡିଛି l ଦୀର୍ଘଦିନ ହେଲା ଏହି ଫର୍ନିଚର ସେଣ୍ଟର ରେ ବିଭିନ୍ନ କାଠ ମାଫିଆଙ୍କ ଠାରୁ ମୂଲ୍ୟବାନ କାଠ ସଂଗ୍ରହ କରି ବଜାର ମୂଲ୍ୟ ଠାରୁ ଖୁବ ଉଚ୍ଚ ଦରରେ ବିକ୍ରୟ କରିବା ସହ ବ୍ୟାପକ ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଆସୁଥିଲା l ଚଢ଼ାଉ ରେ ଦକ୍ଷିଣାଞ୍ଚଳ ବନଖଣ୍ଡର ଏସିଏଫ ଅଶୋକ କୁମାର ବେହେରା ଓ ଏସିଏଫ ଏ .ମାଧବୀ ଲତା ,ନବନିଯୁକ୍ତ ଖଲ୍ଲିକୋଟ ରେଞ୍ଜ ଅଫିସର ସିଦ୍ଧାର୍ଥ ସାହୁ , ପ୍ରାକ୍ତନ ରେଞ୍ଜର ଦିଲୀପ କୁମାର ମାର୍ଥା ଓ ମୋବାଇଲ ଫରେଷ୍ଟ ଷ୍ଟାଫ ଅନ୍ୟାନ୍ୟ କର୍ମଚାରୀମାନେ ଉକ୍ତ ଚଢ଼ାଉ ରେ ଅଂଶଗ୍ରହଣ କରିଥିଲେ l ସବୁଠି ଚାର୍ଚା ଯେ ଖଲ୍ଲିକୋଟ ଅଞ୍ଚଳରେ ଦୀର୍ଘ ଦିନ ଧରି ମୂଲ୍ୟ ବାନ କାଠ କଟାଯାଉଥିଲା ଏନେଇ ଅଭିଯୋଗ ହେଉଥିଲା କିନ୍ତୁ ଫଳ ଶୂନ୍ୟ ଥିଲା l ଏବେ ପ୍ରାକ୍ତନ ରେଞ୍ଜର ଦିଲୀପ କୁମାର ମାର୍ଥା ଅନ୍ୟତ୍ର ବଦଳି ହେଲା ପରେ ଖଲ୍ଲିକୋଟ ଅଞ୍ଚଳରେ ବାରମ୍ବାର ବନ ବିଭାଗ ଚଢ଼ାଉ ହେଉଛି l ସେଥିରେ ଲକ୍ଷ ଲକ୍ଷ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ ହେଉଛି l ହେଲେ ଏଠି ପ୍ରଶ୍ନ ପୂର୍ବରୁ ଏଭଳି ବେଆଇନ କରତକଳ, କାଠ ଗୋଦାମ ଉପରେ କାହିଁକି ଚଢ଼ାଉ ହେଉନଥିଲା ? କଣ କାଠ ମାଫିଆ ଏବଂ ବନ ବିଭାଗ ର ମଧୁଚନ୍ଦ୍ରିକା ରେ ଚାଲିଥିଲା କି ବେଆଇନ କାଠ ବ୍ୟବସାୟ ? ଏହାସହ ବର୍ତ୍ତମାନ ସୁଧା କାଠ ମାଫିଆଙ୍କ ନିକଟରେ କାହିଁକି ପହଂଚି ପାରୁନି ବନ ବିଭାଗ ? ?


