ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ

ନୀଳଗିରି,(ୱାଏନଏସ):ବାଲେଶ୍ବର ଏ .ସି .ଏଫ୍ .. ସୁଶ୍ରୀସସ୍ମିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ନୀଳଗିରି ବନବିଭଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲେ।ନୀଳଗିରି ବନବିଭାଗ ଚୋରା କରତକଳ ଉପରେ ଚଢ଼ଉ କରି ବିପୁଳ ପରିମାଣରେ ଯନ୍ତ୍ରାଂଶ ଓ କାଠ ଜବତ କରିଛି । ସୂଚନ ବୁଧବାର ଭୋର ୩ଟା ସମୟରେ ଏ .ସି .ଏଫ୍ . ସୁଶ୍ରୀସସ୍ମିତା ସାହୁ ଓ ନିଳଗିରି ରେଞ୍ଜର ଆଇସା ଏ ନିଶାଙ୍କ ନେତୃତ୍ୱରେ ଏକଟିମ୍ ନୀଳଗିରି ବନବିଭାଗ ଅଧୀନ ପୁର୍ବଗଡିଆଠାରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ନୀଳଗିରି ପୋଲିସ ଓ ନୀଳଗିରି ରେଞ୍ଜ ଅଧିନ ସମସ୍ତ କର୍ମଚାରୀଙ୍କ ଦ୍ଵାରା ଉକ୍ତ ବେଆଇନ କରତ କଳ ଉପରେ ଚଢଉ କରଯାଇଥିଲା। ଏହି କରତକଳରୁ ବେଣ୍ଡ ସ’ ର ସମସ୍ତ ଯନ୍ତ୍ରାଂଶ ଜବତ ହେବା ସହ ଇଉକାଲିପଟାସ, ଆମ୍ବ, ସିମୁଳି ଇତ୍ୟାଦିର କାଠ ଗଣ୍ଡି ଜବତ କରାଯାଇଅଛି। ଜବତ କାଠର ପରିମାଣ ୧୫୦.୨୨ ସିଫ୍ଟ ଅଟେ। ଜଗତ ହୋଇଥିବା କାଠ ଓ କରତକଳ ଯନ୍ତ୍ରାଂଶର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ରେଞ୍ଜ ଅଫିସର ନୀଳଗିରି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ