ବେଆଇନ ଜିଓ ଟାଗିଂ କରୁଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା – କଳପଡା ଗ୍ରାମ ପଂଚାୟତର ୟୁଥ ଫଟୋଗ୍ରାଫର ଚକ୍ରୋଡା ଗ୍ରାମ ପଂଚାୟତରେ ବେଆଇନ ଭାବେ ଜିଓ ଟାଗିଂ କରୁଥିବା ବୁଧବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତ ଅଧିନ କନ୍ତିଆ ଗ୍ରାମର ୱାର୍ଡ ନମ୍ବର୧୧ ଓ ୧୨ ରେ କଚାଘର ଥିବା ଲୋକମାନଙ୍କ ଘର ସର୍ଭେ କରାଯାଇ ଜିଓ ଟାଗିଂ କରାଯାଉଛି । ପଂଚାୟତ ନିର୍ବାହୀ ଅଧିକାରୀ ମାନସ କୁମାର ଜେନା,ଏବଂ ପଂଚାୟତର ଗ୍ରାମରୋଜଗାର ସେବକ ନାରାୟଣ ମହାରଣା ୟୁଥ ଫଟୋଗ୍ରାଫର ରମାକାନ୍ତ ରାଉତଙ୍କୁ ଧରି ପ୍ରତ୍ୟେକ କଚାଘର ଥିବା ଲୋକଙ୍କର ଜିଓ ଟାଗିଂ କରୁଥିବା ବେଳେ କଳପଡା ପଂଚାୟତର ୟୁଥ ଫଟୋଗ୍ରାଫର ଅଭିରାମ ବେହୁରା ହଠାତ ପହଁଚି ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥସିଦ୍ଧି ନିମନ୍ତେ ସେହି ୨ଟି ୱାର୍ଡର କେତେକ କୋଠାଘର ଥିବା ଲୋକଙ୍କର ଜିଓ ଟାଗିଂ କରୁଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଅଭିରାମଙ୍କ ପତ୍ନୀ ପୁଷ୍ପଲତା ବେହୁରା ଏବେ କନ୍ତିଆ ଗ୍ରାମର ୧୧ନମ୍ବର ୱାର୍ଡର ୱାର୍ଡ ସଭ୍ୟା ଅଛନ୍ତି । ଏଭଳି ପରିସ୍ଥିତିରେ ଅଭିରାମଙ୍କୁ କେଉଁ ନିୟମ ବଳରେ ଏଠାରେ ବେଆଇନ କାର୍ଯ୍ୟ କରିବାକୁ ଦିଆଯାଉଛି ବୋଲି ଅଭିଯୋଗକାରୀ ବିଡିଓ,ନୋଡାଲ ଅଧିକାରୀଙ୍କୁ ଅଭିଯୋଗ କରିବା ପରେବି ସମସ୍ୟାର ସମାଧାନ ନହେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଚକ୍ରୋଡା ପଂଚାୟତର ପି.ଇ.ଓ.ଏବଂ ଜି.ଆର.ଏସ.ଅଭୀରାମଙ୍କୁ ଜିଓ ଟାଗିଂର ପାସଫ୍ୱାର୍ଡ ଦେଇନଥିବା ସୂଚନା ଦେଇଛନ୍ତି ବୋଲି ଅଭିଯୋଗକାରୀ ନିହାର ରଞ୍ଜନ ଜେନା,ପ୍ରଭାତ କୁମାର ନାୟକ,ଶ୍ରୀକାନ୍ତ ଜେନା,ଶ୍ରୀନିବାସ ରାଉତରାୟ,ମିନତୀ ବେଜ,ଶାନ୍ତିଲତା ସାହୁ,ସୁଶାନ୍ତ କୁମାର ଜେନା,ମାନସ ରଞ୍ଜନ ଜେନା,ବିଜ୍ଞାନ କୁମାର ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ