ବେଆଇନ ନିଶା କାରବାର ରେ୧୦ଗିରଫ

ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ)ଗତ କିଛି ଦିନ ହେଲା ଦିଗପହଣ୍ଡି ଥାନାଞ୍ଚଳରେ ଚାଲିଥିବା ବେଆଇନ ମଦ ବିକ୍ରୀ ଆଡ୍ଡା ମାନଙ୍କରେ ପୋଲିସର କ୍ରମାଗତ ଛାପା ମରାଯାଇ ଅନେକ ଜବତ ଏବଂ ବିକ୍ରେତା ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବେଆଇନ ମଦ ଦୋକାନ ମାନଙ୍କରେ ଧରପଗଡ କରାଯାଇ ବିପୁଳ ପରିମାଣର ଜବତ କରାଯିବା ସହିତ ୧୦ରୁ ଉଦ୍ଧ୍ୱର୍ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଅବକାରୀ ଆଇନ ଉଲଂଘନ ଓଡିଶା ପ୍ରକାରେ ଦିଗପହଣ୍ଡି ଥାନାରେ ଗତ ଏକ ସପ୍ତାହ ମଧ୍ୟରେ ୧୦ରୁ ଉଦ୍ଧ୍ୱର୍ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜାଣିବାକୁ ମିଳିଛି । ତେବେ ଦିଗପହଣ୍ଡି ଅବକାରୀ ବିଭାଗ ଏଥି ପ୍ରତି କିଭଳି ସୂଚନା ପାଇନଥିଲେ ସେନେଇ ସାଧାରଣରେ ନାନା ସମାଲୋଚନା ସୃଷ୍ଟି କରିଛି । ଦିଗପହଣ୍ଡି ବସଷ୍ଟାଣ୍ଡ୍ ମୁଖ୍ୟରାସ୍ତାରେ ଥିବା ଏକ ଦୋକାନ ମଧ୍ୟରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯିବା ପରେ ଦିଗପହଣ୍ଡି ଥାନାଞ୍ଚଳର ଡେଙ୍ଗାଓସ୍ତା ଏବଂ ବିଭିନ୍ନ ସ୍ଥାନରୁ ଦେଶୀ ବିଦେଶୀ ବିଭିନ୍ନ ବ୍ରାଣ୍ଡ୍ ର ମଦ ପୋଲିସ ପକ୍ଷରୁ ଚଢାଉ କରାଯିବାକୁ ନେଇ ଅବକାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାକଳାପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଯୋଗ୍ୟ ଯେ, ଅବକାରୀ ବିଭାଗ ପକ୍ଷରୁ ଗତ ଏକ ମାସ ମଧ୍ୟରେ କେବଳ ହାତ ଗଣତି କିଛି କେସ୍ କଟାଯାଇଥିବା ବେଳେ ଆଖି ଦୃଷ୍ଟିଆ ଧରପଗଡ କରାଯାଇନାହିଁ । ସେହିପରି ଧରପଗଡ ହେଲେ ମଧ୍ୟ କେବଳ ଔପଚାରିକତା ଦୃଷ୍ଟିରୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଦେଶୀ ମହୁଲ ଭାଟି ମାନଙ୍କରେ ଚଢାଉ କରାଯାଇ କେବଳ ପୋଚ ଆଦି ଜବତ କିମ୍ବା ନଷ୍ଟ କରାଯାଉଥିବା ବେଳେ ବେଆଇନ ବିଦେଶୀ ମଦ କାରବାର ଉପରେ ରୋକ ଲଗାଇବାରେ କର୍ତ୍ତୃପକ୍ଷ ବିଫଳ ହେଉଥିବା ସମାଲୋଚନା ହେଉଛି । ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ତହସିଲ ଅଞ୍ଚଳରେ ବେଆନ ଭାବେ ନିଶା କାରବାର ହେଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଗୁରୂତ୍ୱାରୋପ ଦେଇ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜାଣିବାକୁ ମିଳିଛି । ପ୍ରତି ମାସରେ ଥାନା ପୋଲିସ ପକ୍ଷରୁ ଅନୁନ୍ୟ ୧୦ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ଅବକାରୀ ବିଭାଗର ବାର୍ଷିକ ମାମଲା ସଂଖ୍ୟା ପରଖିଲେ ମାସିକ କେତେ ମାମଲା ରୁଜୁ ହୋଇଛି ତାହା ବେଶ୍ ଅନୁମେୟ ।ସୂଚନାଯୋଗ୍ୟଯେ, ଗତ ମଇ ମାସରେ ସାହାସପୁର ଗ୍ରାମରେ ଚାଲିଥିବା ବେଆଇନ ବିଦେଶୀ ମଦ ପ୍ରସ୍ତୁତ କାରଖାନା ଏବଂ ବେଆଇନ ଦେଶୀ ବିଦେଶୀ ମଦ ବିକ୍ରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସହ ଅବକାରୀ ଅଧିକ୍ଷକଙ୍କୁ ଅଭିଯୋଗ କରାଯିବା ପରେ ଅବକାରୀ ଗୁଇନ୍ଦା ପକ୍ଷରୁ ଚଢାଉ କରାଯିବା ପରେ ଚଢାଉରେ ଦିଗପହଣ୍ଡି ଅବକାରୀ ବିଭାଗ ଖବର ପାଇ ପରେ ସାମିଲ ହୋଇଥିଲେ । ଦିଗପହଣ୍ଡି ଅବକାରୀ ବିଭାଗୀୟ କାର‌୍ୟ୍ୟାଳୟକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଦ ପଡିଲେ ଦିଗପହଣ୍ଡି ଅବକାରୀ ବିଭାଗୀୟ କାର୍ଯ୍ୟାଳୟର ଉତ୍ତୋରତ୍ତର ଉନ୍ନତି ହେବା ସହ ବେଆଇନ ନିଶା କାରବାର ଉପରେ ଅବକାରୀ ପକ୍ଷରୁ ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ