ବେଆଇନ ବାଲିବାଝେଇ ହାଇୱା ଅଟକାଇବା ମହଙ୍ଗା ପଡିଲା

ହାଟଡିହି, (ବିକାଶ ବିଶ୍ୱାଳ):ବେଆଇନ ଭାବେ ବାଲି ପରିବହନକୁ ବିରୋଧ କରିବା ବଡରମ୍ପାସ ପଞ୍ଚାୟତର ସରପଞ୍ଚଙ୍କ ପାଇଁ ମହାଙ୍ଗ ପଡିଛି । ବାଲିଘାଟ ଲିଜଧାରୀ ତାଙ୍କ ନାମରେ ବେଆଇନ ଚାନ୍ଦା ଆଦାୟ, ଜୀବନରେ ମାରିଦେବାକୁ ଧମକ ଭଳି ଅଭିଯୋଗ ମାନ କରିବାପରେ ନନ୍ଦିପଦା ପୁଲିସ ସରପଞ୍ଚଙ୍କ ସମେତ ୧୨ଜଣଙ୍କ ନାମରେ ମାମଲା ରୁଜୁ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲିଘାଟରୁ କେବଳ ଟ୍ରକ ଓ ଟ୍ରାକ୍ଟରରେ ବାଲି ପରିବହନର ନିୟମ ଥିବାବେଳେ ବାଲିଘାଟ ଲିଜଧାରୀହାଇୱା ଯୋଗେ ଶହଶହ ଟ୍ରିପ ବାଲି ଚାଲାଣ କରୁଥିଲେ । ଦୈନଦିନ ଶହଶହ ଭାରିଯାନ ଚଳାଚଳ କରିବା ଦ୍ୱାରା ଅଣା ସମଣା ରାସ୍ତା ଦୁର୍ବଳ ହୋଇ ପଡିବା ସହ ବେପରୁଆ ଭାରିଯାନ ଚଳାଚଳ ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣାମାନ ଘଟି ଅନେକ ଧନଜୀବନ ହାନୀ ହେଉଥିବା ଅଭିଯୋଗ କରି ବଡରମ୍ପାସ ପଞ୍ଚାୟତର ସରପଞ୍ଚଙ୍କ ସମେତ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ବାଲିପରିବହନକୁ ବନ୍ଦ କରିଥିଲେ । ସେମାନେ ବଡରମ୍ପାସ ନିକଟରେ ବାଲିବୋଝେଇ ହାଇୱା ଟ୍ରକ ଗୁଡିକୁ ଅଟକ ରଖିଥିଲେ । ଗତକାଲି ଦିନ ତମାମ ନନ୍ଦିପଦା ପୁଲିସ ଓ ଆନନ୍ଦପୁର ଏସଡିପିଓ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଏପରିକି ଆଜି ସକାଳ ୧୦ଟାବେଳେ ଏନେଇ ଲିଜଧାରୀଙ୍କ ସହ ଏ ବାବଦରେ ଆଲୋଚନା କରାଯାଇ ନିଷ୍କର୍ସ ବାହାର କରାଯିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ଗତକାଲି ରାତି ୧୧ଟାବେଳେ ଲିଜଧାରୀ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରୁଡିଆ ଗ୍ରାମର ଲକ୍ଷ୍ମୀଧର ଜେନା ନନ୍ଦିପଦା ଥାନାରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ କିଛି ବ୍ୟକ୍ତି ଯୋଜନାବଦ୍ଧ ଭାବେ ଗାଡି ଗୁଡିକୁ ଅଟକାଇ ରଖିବା, ଏନେଇ ପ୍ରଶ୍ନ କରିବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଠେଙ୍ଗାବାଡି ଧରି ମାରି ଗୋଡାଇବା, ଜୀବନରେ ମାରିଦେବାକୁ ଧମକ ଦେବା, ବେନିୟମ ଭାବେ ୩୦ଲକ୍ଷ ଟଙ୍କା ଚାନ୍ଦା ମାଗିବାନେଇ ଅଭିଯୋଗ କରିଥିଲେ । ନନ୍ଦିପଦା ପୁଲିସ ଅଭିଯୋଗ ପାଇବାପରେ ଥାନା କେସନଂ ୨୪୧/୨୦୨୨ରେ ଏକ ମାମଲା ରୁଜୁକରି ଦଫା ୩୪୧/୨୯୪/୩୨୩/୫୦୬/୩୮୭/୧୪୭/୧୪୮/ ୧୪୯/୧୨୦(ବି) ଆଦି ଦଫାରେ ମାମଲା ରୁଜୁ କରିଛି । ଅନ୍ୟ ପକ୍ଷରେ ସରପଞ୍ଚ ରବିନ୍ଦ୍ର ଜେନା ମଧ୍ୟ ନନ୍ଦିପଦା ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି । ବାଲିଘାଟରୁ ଶହଶହ ବେଆଇନ ହାଇୱା, ଦଶଚକିଆ, ଚଉଦ ଚକିଆ ଯାନରେ ବାଲି ଚାଲାଣ ହେଉଥିବାରୁ ବଡରମ୍ପାସ ଗ୍ରାମର କିଛି ବ୍ୟକ୍ତି ବିରୋଧ କରି ଗାଢି ଗୁଡିକ ଅଟକାଇଥିଲେ । ଖବରପାଇ ସେ ଏହାର ଆଶୁ ସମାଧାନ ପାଇଁ ଯାଇଥିବାବେଳେ ଲିଜଧାରୀ ଲକ୍ଷ୍ମୀଧର ଜେନା ତାଙ୍କୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏହାକୁନେଇ ବଡରମ୍ପାସ ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି । ଯଦି ସରକାରୀ ନୀତି ନିୟମନୁଯାଇ ବାଲିଘାଟ ଚାଲିବ ତେବେ ଭଲ, ବେନିୟମ ଭାବେ ବାଲିଘାଟ ଚାଲିଲେ ଆମେ ରାସ୍ତା ଅବରୋଧ କରି ବସିବୁ, ଖଣ୍ଡିଏ ବି ଗାଡି ଚଲାଇ ଦେବୁ ନାହୁଁ ବୋଲି ସରପଞ୍ଚଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଆଜି ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା, ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କ ସମେତ ଲିଜଧାରୀଙ୍କ ସହକର୍ମୀ ଓ ବଡରମ୍ପାସ ପଞ୍ଚାୟତର ସରପଞ୍ଚରବିନ୍ଦ୍ର ଜେନା, ହାଟଡିହି ପଞ୍ଚାୟତର ସରପଞ୍ଚଚିନ୍ମୟ ନାୟକଙ୍କ ଉପସ୍ଥିତିରେ ତହସିଲ କାର୍ଯ୍ୟାଳୟରେ ବସି ଏକ ଆଳୋଚନା କରିବାପରେ ଅଟକ ଗାଡି ଗୁଡିକୁ ଛଡାଯାଇଛି । ଏପରିକି କିଛି ଓଭର ଲୋଡିଂ ଗାଡିରୁ ତହସିଲଦାର ଜୋରିମାନା ଆଦାୟ କରିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ