ବେଆଇନ ବାଲି ଚାଲାଣ;ଦୁଇ ଟ୍ରାକ୍ଟର ସମେତ ଡ୍ରାଇଭର ଗିରଫ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ମଶାଣିଭାଗ ଗ୍ରାମରେ ଗାଙ୍ଗପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ଦୁଇ ବାଲିଭର୍ତ୍ତି ଟ୍ରାକ୍ଟର ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡ଼ିଛି (ଓଡି୦୭ଇ୨୧୮୨) ( ଓଡି୦୭ଏନ୍ ୧୫୦୫) ନମ୍ବର ଯୁକ୍ତ ଦୁଇଟି ଟ୍ରାକ୍ଟର ଋଷିକୂଲ୍ୟା ନଦୀ ପଠାରୁ ବେଆଇନ ଭାବରେ ବାଲି ନେଇ ଆସୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ଗାଙ୍ଗପୁର ଥାନା ପୋଲିସ ୩୪୫/୨୦ ଓ ୩୪୬/୨୦ରେ ଦୁଇ ପୃଥକ ମାମଲା ରୁଜ୍ଜୁ କରି ଭାରତୀୟ ପିଙ୍ଗଳ ଧାରା ୩୭୯ ରେ ଦୁଇଟି ଟ୍ରାକ୍ଟର ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।