ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ ; ୪୦,୪୦୦ ଟଙ୍କା ଜୋରିମାନା ଆଦାୟ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବେଆଇନ ଲଘୁ ଖଣିଜ ପଦାର୍ଥ,ମୋରମ,ବାଲି,ପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ।ଦିନ ଦ୍ୱିପ୍ରହରରେ ରାଜସ୍ୱ ପ୍ରଶାସନ ଆଖି ଆଗରେ ଚୋରା ଚାଲାଣ ହଉଛି । କେଉଁଠି କେଉଁଠି ପ୍ରଶାସନ ସହ ବାଲିଓ,ପଥର ଓ ମୋରମ ମାଫିଆଙ୍କ ସହ ଲଢେଇ ହେଉଛି । ଗୁରୁବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅନ୍ତର୍ଗତ ବାସିଙ୍ଗି ଠାରେ ରାଜସ୍ୱ ସ୍କ୍ବାଡ ଟିମ୍ ଦୁଇଟି ବେଆଇନ ବୋଝେଇ ବାଲି ଟ୍ରାକ୍ଟର ଜବତ କରି ୪୦,୪୦୦ ଟଙ୍କା ଜୋରିମାନା ଆଦାୟ କରିଛି । ସ୍କ୍ୱର୍ଡ ଟିଭିରେ ବିଜାତଳା ତହସିଲଦାର, ଜାମଦା ଅତିରିକ୍ତ ତହସିଲଦାର, ବିଜାତଳା ଆରଆଇ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ